ଜୀବିକା ପାଇଁ ଯାଇଥିଲେ , ଜୀବନ ଚାଲିଗଲା

0

କାଶୀପୁର ରୁ ବୈକୁଣ୍ଠ ଦୁରିଆ – କାଶୀପୁର ଅଂଚଳର ଜଣେ ଯୁବକ ଅନୁଗୁଳର ଏକ ଷ୍ଟିଲ ପ୍ଲାଣ୍ଟରେ କାମ କରୁଥିବା ବେଲେ ଦୁର୍ଘଟଣା କାରଣରୁ ତାଙ୍କର ଦେହାନ୍ତ ହୋଇଛି |
କୁଚେଇପଦର ନିବାସୀ ବିପିନ ମାଝି ଙ୍କର ପୁଅ ବୀରେନ୍ଦ୍ର ମାଝି ( ୨୭) ସେ ଦୀର୍ଘଦିନ ଧରି ଅନୁଗୁଳ ଷ୍ଟିଲ ପ୍ଲାଣ୍ଟ ରେ ଜଣେ ଦିନ ମଜୁରିଆ ଦାଦନ ଶ୍ରମିକ ଭାବେ ଏସ ପି ଡି ନାମକ ଏକ ଠିକାଦାର ପାଖରେ ରହି କାମ କରି ଆସୁଥିଲେ । ନିୟମିତ କାମ କରୁଥିବାବେଳେ ବୁଧବାର ଦିନ ମଧ୍ୟ ସେ ଉକ୍ତ ପ୍ଲାଣ୍ଟ ପରିସର ମଧ୍ୟରେ ନିର୍ମାଣଧିନ ଏକ କୋଠା ରେ ଫଲସ ଛଡାଇବା କାମ କରୁଥିଲେ । ସେଠାରେ କୌଣସି କାରଣରୁ ସେ ଉକ୍ତ କୋଠା ରୁ ତଳକୁ ଖସି ଯାଇଥିବାବେଳେ ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମୃତ୍ୟୁ ପରେ ପୋଲିସ ତଥା ପରିବାର ଲୋକଙ୍କୁ ଅବଗତ ପରେ ଆଜି ଦ୍ବୀପହର ସମୟରେ ମୃତ ଦେହ କୁ ପୈତୃକ ଗୃହ ତଥା ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କୁଚେଇପଦର ଗ୍ରାମ କୁ ଏକ ଆମ୍ବୁଲାନ୍ସ ଯୋଗେ ଆଣୁଥିବା ସୂଚନା ମିଳିଛି । ପ୍ରତିବର୍ଷ ଏଭଳି ଦାଦାନ ଦୁଃଖ ରେ କାଶୀପୁର ମାଟି ର ୧୦/୧୫ ଜଣ ଯୁବକଙ୍କ ପେଟପାଟଣା ନିମନ୍ତେ ଯାଇଥିବାବେଳେ କେବଳ ମୃତ ଶରୀର ଫେରୁଥିବା ନେଇ ନିୟମିତ ଖବରକାଗଜ ରେ ପ୍ରକାଶିତ ହେଉଅଛି । ହେଲେ କାଶୀପୁର ମାଟି ଅନେକ ଖଣି ଓ କଳ କାରଖାନା କୁ ଜମି, ଖଣି ଓ ପାଣି ଦେଇ ଲୋକେ ସ୍ଥାନୀୟ ଲୋକେ ଦାଦନ ଖଟିବା ହିଁ ଅନ୍ତିମ ବାଟ ହୋଇଛି |

Leave A Reply

Your email address will not be published.