ଓଡ଼ଗାଁ, ୨୩।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡାଝୋଲା ଫାଣ୍ଡି ଅଞ୍ଚଳର ଓଡ଼ଗାଁରେ ରହୁଥିବା ଜଣେ ମା’ ତାଙ୍କ ନାବାଳିକା ଝିଅକୁ ଓଡ଼ଗାଁ ପୋଲିସ ଅଜଥାରେ ମାଡମାରି ଘୋଷାରି ନେଇ ଭ୍ୟାନରେ ବସାଇ ଥାନାକୁ ନେଇଯିବା ଏବଂ ସେଠାରେ ବାଡିଆପିଟା କରିବା ନେଇ ଓଡ଼ଗାଁ ପୋଲିସ ଅଧିକାରୀଙ୍କ ବିରୋଧରେ ବୁଧବାର ନୟାଗଡ଼ ଶିଶୁ ସମାଜ ମଙ୍ଗଳ କମିଟି ନିକଟରେ ଅଭିଯୋଗ କରିଛନ୍ତି । ଏବଂ ଏହାର ନକଲ ନୟାଗଡ଼ ଜିଲ୍ଲା ପାଳ, ଏସପି, ଡିଜିପି ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ଓଡ଼ିଶା ଏବଂ ଜାତୀୟ ମାନବାଧିକାର କମିଶନର, ନିୟୁଦିଲ୍ଲୀ ନିକଟକୁ ପଠାଇଛନ୍ତି । ଅଭିଯୋଗ ଅନୁସାରେ ଓଡିଗାଁରେ ମହିଳାଙ୍କ ଝିଅକୁ ଗତକାଲି ଅର୍ଥାତ୍ ମଙ୍ଗଳବାର ସନ୍ଧ୍ୟା ୮ ବେଳେ ଓଡ଼ଗାଁ ଆଇଆଇସି ରସ୍ମୀରଞ୍ଜନ ସାହୁ, ସବ ଇନ୍ସପେକ୍ଟର ଟୁଟୁବାଳା ବେହେରା ଓ ଅନ୍ୟଜଣେ ମହିଳା କର୍ମଚାରୀ ସୁନିତା, ନାବାଳିକାକୁ ଗାଳିଗୁଲଜ ଓ ମାରଧର କରିବା ସହିତ ଚୁଟି ଧରି ଉପର ମହଲାରୁ ତଳକୁ ଘୋଷାରି ଆଣିଥିଲେ । ଏବଂ ନାବାଳିକା ଜଣକ ଜୋରରେ ଚିଲେଇବାରୁ ପୋଲିସ ଅଫିସର ତାକୁ ଟେକିନେଇ ଗାଡ଼ିରେ ବସାଇଥିଲେ । ଗାଡ଼ି ଭିତରେ ବି ପୋଲିସ ତାକୁ ଖରାପ୍ ବ୍ୟବହାର ଦେଖାଇଥିବା ସହିତ ଥାନାରେ ଏସ ଆଇ ମନୋରଞ୍ଜନ ଦିହୁଡି ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ । ମାଡ଼ରେ ନାବାଳିକାର କାନକୁ ଶୁଭୁନାହିଁ ବୋଲି ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଏ ସଂକ୍ରାନ୍ତରେ ଆଦର୍ଶ ଥାନା ପକ୍ଷରୁ ସୂଚନା ଅନୁସାରେ ଆଇଆଇସି ନାବାଳିକାକୁ ଆଣିବା ପାଇଁ ଘଟଣା ସ୍ଥଳକୁ ଯାଇନଥିଲେ । ଓଡ଼ଗାଁ ଗୋଡ଼ି ଅଞ୍ଚଳର ଗୋଟିଏ କୁନି ଝିଅକୁ ଅଭିଯୋଗ ତାରିଣୀଙ୍କ ନାବାଳିକା ଝିଅ ଲୁଚାଇ ରଖିଥିବା ନେଇ କୁନିଝିଅର ମା’ ଗତକାଲି ସନ୍ଧ୍ୟାରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗକୁ ଭିତ୍ତିକରି ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଅନ୍ୟମାନେ ଅଭିଯୋଗ କାରି ନାବାଳିକାକୁ ଥାନାକୁ ଆଣିବା ପାଇଁ ଯାଇଥିଲେ । ଏବଂ କୁନି ଝିଅର ଅଭିଯୋଗ ଅନୁସାରେ ପୋଲିସ ଥାନା ମଧ୍ୟରେ ନାବାଳିକାକୁ ପଚରାଉଚରା କରିଥିଲା । ଏବଂ କୁନି ଝିଅର ମା’ଙ୍କ ଅଭିଯୋଗ ଅନୁସାରେ ନିଶ୍ଚିତ ମାମଲା ରୁଜୁ ହେବାନେଇ ଜାଣିବା ପରେ ନାବାଳିକାଙ୍କ ମା’ ଏବଂ ତାଙ୍କ ପରିବାର ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ।
Sign in
Sign in
Recover your password.
A password will be e-mailed to you.