ନବରଙ୍ଗପୁର ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ

0

ନବରଙ୍ଗପୁର ତା ୨୩.୧.୨୦୨୫:ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ସହର ରେ ସ୍ଥାପିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ସକାଳ ଘ ୮.୩୦ ମି ସମୟରେ ମାଲ୍ୟାର୍ପଣ ଏବଂ ପୁଜ୍ୟ ପୂଜା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ହୋଇଯାଇଅଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମହାପୁରୁଷ ସୁବାସ ବୋଷ ଙ୍କ ସାହସ, ନିର୍ଭୀକତା ,ଦେଶ ପ୍ରୀତି ର ଅବତାରଣା କରି ମୁକ୍ତି ସଂଗ୍ରାମ ର ସଶସ୍ତ୍ର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି ଜୟନ୍ତୀ ପାଳନ ସମାରୋହରେ ସ୍ଥାନୀୟ ଏକ୍ସ ବୋର୍ଡ ବିଦ୍ୟାଳୟର ଛାତ୍ରୀ,ଶିକ୍ଷୟତ୍ରୀ ଙ୍କ ଗ୍ରହଣରେ ସାମୁହିକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମସ୍ତଙ୍କୁ ସ୍ବାଗତ କରି ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁବାସ ଚନ୍ଦ୍ର ବୋଷଙ୍କ ଜୀବନୀ,ଆଜାଦ ହିନ୍ଦ୍ ଫଉଜ୍ ର ଗଠନ ଓ ଇଂରେଜ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମକୁ ବ୍ୟାଖ୍ୟା କରି ମହାନ୍ ନେତୃତ୍ବକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ଜୟନ୍ତୀ ସମାରୋହରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପାତ୍ର,ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ,ଡି ପି ଇ ଦିଲ୍ଲୀପ ପଟ୍ଟନାୟକ ଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Leave A Reply

Your email address will not be published.