ଇଚ୍ଛାପୁର ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଆତ୍ମ ସୁରକ୍ଷା ତାଲିମ ଶିବିର

0

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରୀପାଲି ବ୍ଲକ ଅନ୍ତର୍ଗତ ଚୈତନ୍ଯ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗତ ଶୁକ୍ରବାରରୁ ବୁଧବାର ପର୍ଯ୍ଯନ୍ତ ପାଞ୍ଚଦିନ ବ୍ଯାପି ରାଣୀ ଲକ୍ଷ୍ମୀବାଈ ଅତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବାରା,ସହକାରୀ କାର୍ଯ୍ୟନିର୍ବାହି ଯନ୍ତ୍ରୀ ସୁବନାଥ ମାଝୀ, କନିଷ୍ଠ ଯନ୍ତ୍ରୀ ସେଖର ଭୋଇ , ଓ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ ଯୋଗ ଦେଇ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷାର ତାଲିମର ମହତ୍ବ ଉପରେ ଦିଗଦର୍ଶନ ଦେଇଥିଲେ। ପ୍ରତ୍ୟେକ ଦିନ ପ୍ରଶିକ୍ଷକ ଉପମା ଗୋଏଲ ଓ ସୋମା ପୁଟୁଲିଆ ତାଲିମ ପ୍ରଦାନ କରୁଥିବା ବେଳେ ପ୍ରଧାନ ଶିକ୍ଷକ ସହଦେବ ଭୁଏ,ଜୀବର୍ଦ୍ଧନ ସାମନୀ,ଧିରେନ୍ଦ୍ର ନାରାୟଣ ବାରିକ, ପ୍ରମୋଦ କୁମାର ସାହୁ ଓ ନରେନ୍ଦ୍ର ପ୍ରଧାନ କାର୍ଯ୍ୟକ୍ରମକୁ ସହଯୋଗ କରୁଥିଲେ ।

Leave A Reply

Your email address will not be published.