ସୋହେଲା ସରକାରୀ ହାଇସ୍କୁଲର ବାର୍ଷିକ କ୍ରୀଡା

0

ସୋହେଲା(ଶାସକପ୍ରଶାସକ)-ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସ୍କୁଲର ଖେଳ ପଡିଆଠାରେ ଶନିବାର ଅନୁଷ୍ଠିତ  ହୋଇଥିଲା । ଛାତ୍ରମାନେ ଦୁର୍ଗାମନ୍ଦିରରୁ ମଶାଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ସ୍କୁଲର ଖେଳ ପଡିଆରେ  ସ୍ଥାପନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମସାଗର ମହାନନ୍ଦ  କ୍ରୀଡା ପତାକାକୁ ଉତ୍ତୋଳନ  କରି ଏହାକୁ ଉଦଘାଟନ କରିଥିଲେ । ବାର୍ଷିକ କ୍ରୀଡାରେ ୧ଶହ ମିଟର,୨ଶହ ମିଟର,୮ଶହ ମିଟର,୧୫ଶହ ମିଟର,ଲଙ୍ଗ ଜମ୍ପ,ହାଇ ଜମ୍ପ,ଡିସକସ ଥ୍ରୋ,ସଟ ପୁଟ ଓ ଜେଭେଲିନ ଥ୍ରୋ ତଥା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଛାତ୍ରମାନଙ୍କ ମଧ୍ୟରେ ଦଶମ ଶ୍ରେଣୀର ଛାତ୍ର ଶମ୍ଭୁ ସେଠ ଚାମ୍ପିୟନ ହୋଇଥିବାବେଳେ ମ୍ୟୁଜିକ  ଚେୟାରରେ ଶିକ୍ଷୟତ୍ରୀ ଅନୁରାଧା ସ୍ୱାଇଁ ବିଜୟିନୀ ହୋଇଥିଲେ । ଉଦଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ହେମସାଗର ମହାନନ୍ଦ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ଆଚାର୍ଯ୍ୟ ଏବଂ ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ନାଗରିକ ଟଙ୍କଧର ଝାଙ୍କର ତଥା ସ୍କଲର ଅଭିଭାବକ ଏବଂ ଶିକ୍ଷକ ସଂଘର ସଭାପତି ସୁଦୀପ୍ତ ସିଂ ଯୋଗଦେଇ କୃତୀ ପ୍ରତିଯୋଗିମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପୁରସ୍କାର ବିତରଣ ପରେ ଛାତ୍ରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।  ସ୍କୁଲର ଖେଳ ଶିକ୍ଷକ ସୁଦାମ ପଧାନ ଖେଳ ପରିଚାଳନା କରିଥିବାବେଳେ ମଧୁପୁର ଖ୍ରୀଷ୍ଟଜ୍ୟୋତି ହାଇସ୍କୁଲର ଖେଳ ଶିକ୍ଷକ ମୀନକେତନ ପାଣିଗ୍ରାହୀ ଓ ଗର୍ଭଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ଶିକ୍ଷକ ଗୋପାଳ ସାହୁ ଖେଳ ପରିଚାଳନାରେ ସହଯୋଗ କରିଥିଲେ । 

Leave A Reply

Your email address will not be published.