“ହାତଲେଖା” ପତ୍ରିକାର ଶୀତ ସଂଖ୍ୟା ଉନ୍ମୋଚିତ

0

କେନ୍ଦୁଝର,ତା୨୧/୧/ ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)-  କେନ୍ଦୁଝର ସହରର ଗୋବିନ୍ଦପୁରସ୍ଥିତ ମୁକୁନ୍ଦେଶ୍ଵର ମନ୍ଦିର ପ୍ରାଙ୍ଗଣରେ ତ୍ରୟ ମାସିକ ସାହିତ୍ୟ ପତ୍ରିକା “ହାତଲେଖା ଓଡ଼ିଆ କବିତା”ର ଶୀତ ସଂଖ୍ୟା ଉନ୍ମୋଚିତ ହୋଇ ଯାଇଛି । ଏଥିରେ ଅତିଥି ଭାବରେ ଶ୍ରୀଯୁକ୍ତ ବାଇଧର ପଣ୍ଡା, ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ଶିବପ୍ରସାଦ ରଥ, ସହ ସଂପାଦକ ଜୟଗୋବିନ୍ଦ ମିଶ୍ର, ସଚ୍ଚିଦାନନ୍ଦ ମାଝି, ପ୍ରଚ୍ଛଦ ଶିଳ୍ପୀ ଦେବଦର୍ଶନ ଦାଶ ଏବଂ ପୂଜକ ଯଦୁମଣି ମିଶ୍ର ପ୍ରମୁଖ ଯୋଗ ଦେଇ ନୂତନ ପ୍ରତିଭାମାନଙ୍କ ସୃଷ୍ଟିକୁ ଉତ୍ସାହିତ କଲେ ଓଡ଼ିଆ ସାହିତ୍ୟର ବିକାଶ ସମ୍ଭବ ବୋଲି କହିବା ସହିତ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ସାହିତ୍ୟିକଙ୍କ ପାଇଁ ହାତଲେଖା ଭଳି ପତ୍ରିକା ମାନଙ୍କର ଭୂମିକା ଅନସ୍ଵୀକାର୍ଯ୍ୟ ବୋଲି ଅଭିହିତ କରିଥିଲେ । ଶିବ ପ୍ରସାଦ ରଥଙ୍କ ସମ୍ପାଦନାରେ ପ୍ରକାଶିତ ହାତଲେଖା ପତ୍ରିକାର ଚଳିତ ଶୀତ ସଂଖ୍ୟାରେ ୪୬ ଜଣ କବିଙ୍କ କବିତା ସ୍ଥାନ ପାଇଥିବା ବେଳେ ଶିଳ୍ପୀ ଦେବ ଦର୍ଶନ ଦାଶଙ୍କ ଅଳଙ୍କରଣ ପତ୍ରିକାର କଲେବରକୁ ସମୃଦ୍ଧ କରି ପାରିଛି ।

Leave A Reply

Your email address will not be published.