ନବରଙ୍ଗପୁର 21/01.2026,ଅଶୋକ ସାହୁ, ଶାସକ ପ୍ରଶାସକ : ନବରଙ୍ଗପୁରରେ ଆଇ ଏସ ଆର ଡି ୱାନ ଷ୍ଟପ ସେଣ୍ଟର ସଖୀ ତରଫରୁ ରାଷ୍ଟ୍ରୀୟ ଶିଶୁ ସନ୍ତାନ ଦିବସର ସପ୍ତାହ ପାଳନ ଅବସରରେ ନବରଙ୍ଗପୁର ର ପବ୍ଲିକ ସ୍କୁଲ ର ଛାତ୍ରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି ଅବସରରେ ଶିଶୁ ବାଳିକା ଶିଶୁର ଅଧିକାର, ଶିକ୍ଷା, ସ୍ଵାସ୍ଥ୍ୟ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ସଚେତନତା ଏବଂ ଆଲୋଚନାକୁ ଉତ୍ସାହିତ କରିବା ପାଇଁ ଏକ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା |
ବାଳିକା ଶିଶୁର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଏକ ଶକ୍ତିଶାଳୀ ଦେଶ ଗଠନ କରିବାରେ ସାହାଯ୍ୟ କରିଥାଏ,ଜାତୀୟ ପ୍ରଗତି ପାଇଁ ବାଳିକା ସନ୍ତାନର ସଶକ୍ତିକରଣ ଜରୁରୀ ଅଟେ |
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଅବସର ପ୍ରାପ୍ତ ଶିଶୁ ପ୍ରକଳ୍ପ ଅଧିକାରୀ ମନୋରମା ମାଝୀ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ଶିକ୍ଷା, ଲିଙ୍ଗଗତ ସମାନତା ଏବଂ ଉଜ୍ଜଳ ଭବିଷ୍ୟତ ଉପରେ ବିଭିନ୍ନ ଦିଗଦର୍ଶନ ଦେଇଥିଲେ। ନବରଙ୍ଗପୁର ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କହିଥିଲେ, ଆଇନ ପରାମର୍ଶଦାତ୍ରୀ ୱାନ ଷ୍ଟପ ସେଣ୍ଟର କିଶୋରୀ ପଟ୍ଟନାୟକ ଶିକ୍ଷାଗତ ଅଧିକାର ଏବଂ ବାଳିକା ମାନଙ୍କ ଭୂମିକା ଉପରେ କହିଥିଲେ ରଂଜିତା ସାହୁ କେନ୍ଦ୍ର ପରିଚାଳିକା ସଖୀ ୱାନ ଷ୍ଟପ ସେଣ୍ଟର ଉଜ୍ଜଳ ଭବିଷ୍ୟତ ନିମନ୍ତେ ବାଳିକା ମାନେ କିପରି ସଶକ୍ତ ହେବେ ଏବଂ ସୋସିଆଲ ମିଡ଼ିଆ ଇନ୍ଷ୍ଟଗ୍ରାମ ଠାରୁ ସାବଧାନ ରହିବେ କହି ଧନ୍ୟବାଦ ଅର୍ପଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମ ତ୍କୁ ସ୍ମରଣିକା ପଟ୍ଟନାୟକ ପରାମର୍ଶଦାତ୍ରୀ, ଜସ୍ମିନ ସିଂ କେସ ୱାର୍କର ଏବଂ ବିଦ୍ୟାଳୟ ର ସମସ୍ତ ଷ୍ଟାଫ ସଂଯୋଜନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post