କୁରାଳ ସେବା ସମବାୟ ସମିତି ଫାଟକରେ ପଡିଲା ତାଲା,ଧାନ ସଂଗ୍ରହ ସାରି ଫେରୁଥିବା ବୋଝେଇ ଟ୍ରକ ଅଟକ

0

ଓଡ଼ଗାଁ ୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ସେବା ସମବାୟ ସମିତିରେ ସର୍ବଦା କିଛିନା କିଛି ସମସ୍ୟା ନେଇ ସମାଲୋଚିତ ‌ହେଉଥିବା ବେଳେ ଶନିବାର ଦିନ ମଣ୍ଡିରେ ଧାନ ସଂଗ୍ରହ ସାରି ମିଲର ଗାଡ଼ି ବାହାର କରିବା ପୂର୍ବରୁ ଫାଟକ ବାହାର ପାଖରେ
କିଛି ଚାଷୀ ତାଲା ପକାଇଥିଲେ । ଫଳରେ ଧାନ ବୋଝେଇ ଟ୍ରକଟି ଏପର୍ଯ୍ୟନ୍ତ ଅଟକି ରହିଛି । ଏସଂକ୍ରାନ୍ତରେ ସମିତି ସମ୍ପାଦକ ଓଡ଼ଗାଁ ଥାନାରେ ସନ୍ଧ୍ୟା ୮.୩୦ ସମୟରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସମିତି ସାମ୍ନାରେ କିଛି ସମୟ ଉତେଜନା ଲାଗିରହିଥିବା ବେଳେ ପରବର୍ତ୍ତି ସମୟରେ ତାହା ପ୍ରଶମିତ ହୋଇଛି । ତେବେ ଚାନ୍ଦା ଆଦାୟକୁ ନେଇ ୨ ଯୁବକ ଫାଟକରେ ତାଲା ପକାଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ପଚରାଉଚରା କରିବା ପରେ ପ୍ରକୃତ କାରଣ ଜଣାପଡିବ ।

Leave A Reply

Your email address will not be published.