ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଜେଲଗଲା

0

ଓଡ଼ଗାଁ ୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ମାଳିଆଝୋଲାର କେଶବ ନାୟକ (୩୦)କୁ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଓଡ଼ଗାଁ ପୋଲିସ ଗିରଫ କରି ଶନିବାର କୋଟଚାଲାଣ କରିଥିଲେ । ସେଠାରେ କେଶବର ଜାମିନ୍ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଘଟଣାରୁ ପ୍ରକାଶ ଗତ ଡିସେମ୍ବର ମାସରେ ବାହାଡାଝୋଲା ଅଞ୍ଚଳର ଜନୈକା ନାବାଳିକା ନିଖୋଜ ହୋଇଥିବା ନେଇ ତାର ଅଭିଭାବକ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଡିସେମ୍ବର ୨୦ ତାରିଖରେ ୩୭୯/୨୪ ରେ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଏବଂ ଜାନୁଆରି ୮ ତାରିଖରେ ପିଡିତାକୁ ଉଧାର କରି ନୟାଗଡ଼ ସଖୀ କେନ୍ଦ୍ର (ସ୍ବଳ୍ପ ରହଣି ଗୃହ) ରେ ପଠାଯାଇଥିଲା । ଏବଂ ଜଣେ ମହିଳା ପୋଲିସ ଅଫିସରଙ୍କ ନିକଟରେ ନାବାଳିକାର ବୟାନ ଦେବା ପରେ ତା’ର ଡାକ୍ତରୀ ମାଇନା କରାଯାଇଥିଲା । ଭାରତୀୟ ନ୍ୟାୟ ସଂହିତା ୧୮୩ରେ ମାଜିଷ୍ଟ୍ରେଟଙ୍କ ନିକଟରେ ପିଡିତାର ବୟାନ ରେକର୍ଡ କରି ମାମଲାଟିକୁ ପସ୍କୋ ଆଇନରେ ପଞ୍ଜିକୃତ କରି ଓଡ଼ଗାଁ ଥାନା ଏସ ଆଇ ଚକ୍ରଧର ସିଂ ତଦନ୍ତ ଅଧିକାରୀ ଭାବେ ଗତ ୧୭ ତାରିଖରେ ଶିଶୁ ଯୈାନ ସୁରକ୍ଷା ଆଇନ୍ ବଳରେ କେଶବକୁ ଗିରଫ କରି ୧୮ ତାରିଖରେ କୋଟ ଫରଓ୍ବାଡ କରିଥିଲେ ।

Leave A Reply

Your email address will not be published.