ବାଚସ୍ପତିଙ୍କ ଦ୍ୱାରା ବର୍ଦ୍ଧିତ ଭତା ବିତରଣ

0

ଓଡ଼ଗାଁ,୧୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଣପୁର ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ୮୩୪ ଜଣଙ୍କୁ ଶନିବାର ଭତା ପ୍ରଦାନ କରାଯାଇଛି । ଏଥିନିମନ୍ତେ ଜାନୁଆରୀ ୧୮ ତାରିଖ ମଧ୍ୟାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ରଣପୁର ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୮୦ ବର୍ଷରୁ ଉର୍ଦ୍ଧ୍ବ ୮୩୪ ଜଣ ହିତାଧିକାରୀଙ୍କୁ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ୩୫ ଶହ ଲେଖାଏଁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ। ଏଥିସହିତ ଶତକଡା ଅଶୀ ପ୍ରତିଶତରୁ ଉର୍ଦ୍ଧ ଭିନ୍ନକ୍ଷମ ମାନଙ୍କୁ ମଧ୍ୟ ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଜାତୀୟ ଯୋଜନାରେ ଭତ୍ତା ପାଉଥିବା ଲୋକମାନଙ୍କ ବର୍ଦ୍ଧିତ ଭତ୍ତା ବ୍ୟାଙ୍କ ଜମା ଖାତାକୁ ଯିବ ବୋଲି କହିଥିଲେ । ବାଚସ୍ପତିଙ୍କ ପୌରହିତ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ଯୋଜନାରେ ଭତ୍ତା ପାଉଥିବା ବିଧବା ମାନେ ଏହି ଯୋଜନାରୁ ବଞ୍ଚିତ ହେଉଥିବା କଥା ମଣ୍ଡଳ ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକ ସୂଚନା ରଖିବା ସହିତ ଅନେକ ବୃଦ୍ଧ ବୃଦ୍ଧା ଭତ୍ତା ପାଇଁ ବ୍ୟାଙ୍କକୁ ଯିବା ଅସୁବିଧା କଥା ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବାଚସ୍ପତି ଆଗାମୀ ଦିନରେ ଇନ୍ଦିରା ଗାନ୍ଧୀ ବିଧବା ଭତ୍ତା ପାଉଥିବା ହିତାଧିକାରୀ ମାନଙ୍କୁ ବନ୍ଧିତ ଭତ୍ତା ଯୋଜନାରେ ସାମିଲ୍ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ଏବଂ ବ୍ୟାଙ୍କ ଜମା ଖାତାକୁ ଯାଉଥିବା ବର୍ଦ୍ଧିତ ଭତା ଟଙ୍କା ବ୍ୟାଙ୍କ କର୍ମଚାରୀମାନେ ଘରକୁ ଯାଇ ପ୍ରଦାନ କରିବେ ବୋଲି କହିଥିଲେ । ଏହି ଜନକଲ୍ୟାଣ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ପାଇଁ ବୃଦ୍ଧ ବୃଦ୍ଧା ମାନଙ୍କ ଠାରୁ ଆଶିର୍ବାଦ କାମନା କରିଥିଲେ । ଏଥିସହିତ ବର୍ଦ୍ଧିତ ଭତ୍ତାରୁ ବଞ୍ଚିତ ହିତାଧୂକାରୀଙ୍କ କାଗଜପତ୍ର ତନଖି କରି ସେମାନଙ୍କୁ ତୁରନ୍ତ ଏହି ଯୋଜନାରେ ସାମିଲ୍ କରିବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

Leave A Reply

Your email address will not be published.