ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆରମ୍ଭ

0 1

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମହିଳାମାନଙ୍କ ସୁରକ୍ଷା ପାଇଁ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆଠଦିନ ଧରି ଚାଲୁରହିବ ।
କାର୍ଯ୍ୟକ୍ରମକୁ ଉଦ୍ଘାଟନ ଓ ପରିଚାଳନା କରିଥିଲେ ଅଧ୍ଯକ୍ଷା ଡ଼. ମନସ୍ବିନୀ ଦାଶ ଏବଂ ନୋଡ଼ାଲ ଅଧିକାରୀ ଯଥା ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ଭଗବାନ ରାଉତ ଏବଂ କାର୍ଯ୍ୟକ୍ରମ ସଂଯୋଜିକା କେପଟେନ୍ ଅନୀତା କୁମାରୀ ପାଢ଼ୀ ସ୍ବାଗତ ଭାଷଣ ଦେଇଥିଲେ। ଦୁଇଜଣ ପ୍ରଶିକ୍ଷିକା ବିନୋଦୀନି ଆପଟ ଏବଂ ମେଘା ବେହେରା ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦେବେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା , ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରୀମାନେ ଉପସ୍ଥିତ ରହି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ। ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ ଅଣ-ଶିକ୍ଷକମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.