ଖପ୍ରାଖୋଲ (ହେମସାଗର ସାହୁ)ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ର ସାମ୍ବାଦିକ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ସେଠୀ ଙ୍କୁ ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ କରାଯାଇଛି। ନୂଆଦିଲ୍ଲୀ ସ୍ଥିତ ଦ କେସ୍ଟଲ ଅଫ୍ ଆର୍ଟ ଥିଏଟର ଦଶମେଶ୍ ପ୍ଲାଜା ଫରିଦାବାଦ୍ ରେ ମେଜିକ୍ ଏଣ୍ଡ ଆର୍ଟ ୟୁନଭରସିଟି ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ପ୍ରତିଭାଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଅବସରରେ କ୍ରିଷ୍ଣା ସେଠୀ ଙ୍କୁ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉତ୍କର୍ଷ କାର୍ଯ୍ୟ ଯୋଗୁଁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥିଲା। ଏହି ବର୍ଣ୍ଣାଢ଼୍ୟ ସମାରୋହ ଡଃ ସି. ପି ଯାଦବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଡ଼ଃ ହିମାଂଶୁ ଅରୋରା, ଡଃ ରାମ ଅବତାର ଶର୍ମା, ଡଃ ରାଜେନ୍ଦ୍ର ସାଇନି ସମ୍ମାନିତ ଅତିଥି ଭାବେ ଡ଼ଃ କୋମଲ ଯାଦବ, ଡଃ ସ୍ବାତୀ ଅରୋରା , ଶ୍ରୀମତୀ ପୁନମ ଭାଟିଆ, ଡଃ ଏସ୍ କେ ରୋହିଲା ମଞ୍ଚାସୀନ ଥିଲେ। ସମସ୍ତ ପ୍ରତିଭା ମାନଙ୍କୁ ଅତିଥି ମାନେ ମାନପତ୍ର, ଟ୍ରଫି ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.