ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।: ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସ୍ଥିତ ଲିଟିଲ୍ ଷ୍ଟାର ଏବଂ ପ୍ଲେ ଓ ଆର୍ଟ ଏବଂ ଡେନ୍ସ ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ବାର୍ଷିକ ଉତ୍ସବ । ସ୍କୁଲର ପ୍ରତିଷ୍ଠାତା କାଶୀନାଥ ଭଦ୍ର ଏବଂ ମାଳତୀ ଭଦ୍ର ଉପସ୍ଥିତ ଥିବା ବେଳେ କାଶୀନାଥ ଭଦ୍ରଙ୍କ ସଭାପତିତ୍ଵ ରେ ହୋଇ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୀର୍ଷା ମୁଖ୍ୟ ଡାକ୍ତରଖାନା ଡ଼ଃ ଆସ୍ଥା ମହାନ୍ତ ,ସମ୍ମାନୀୟ ଅତିଥି ଭାବେ ଡ଼ଃ ସରୋଜ କୁମାର ନାୟକ , ଶିକ୍ଷକ ଅଶୋକ କୁମାର ପୃଷ୍ଟି , ଅମିତାଭ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବେ ଝାରପୋଖରିଆ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ ରାଜାରାମ ପଣ୍ଡିତ ମଞ୍ଚ ପରିଚାଳନା କରିଥିଲେ। ଏହି ଉତ୍ସବରେ ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥ ଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦ୍ଵିପ ପ୍ରଜ୍ଜ୍ୱଳନ କରିବା ସହିତ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଉତ୍ସବଟିକୁ ଆରମ୍ଭ କରିଥିଲେ । ଏହି ଉତ୍ସବ ଅବସରରେ ସ୍କୁଲରେ ସର୍ବାଧିକ ନମ୍ବର , ଉପସ୍ଥାନ, ସ୍ବଚ୍ଛତା,ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସକ୍ଷମ,ଶ୍ରେଣୀ ଗୃହରେ ସର୍ବଶ୍ରେଷ୍ଠ ଶୃଙ୍ଖଳା ଇତ୍ୟାଦି ରଖିଥିବା କୁନି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିବା ସହିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ କୃତୀ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ତଥା ନାଚ ଗୀତରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏଥି ସହିତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିଷ୍ଠାପର ଶିକ୍ଷା ଦାନ କରୁଥିବା ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ସଭାକାର୍ଯ୍ୟ ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ରାଜାରାମ ପଣ୍ଡିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.