କଳାହାଣ୍ଡି, ୧୬/୦୧/୨୦୨୫ : ଚାରି ଦିନ ଧରି ଚାଲିଥିବା ୨୭ତମ କଳାହାଣ୍ଡି ଉତ୍ସବ- ଘୁମୁରା ୨୦୨୫ ପାଳନ ଅବସରରେ ଭାରତର ଅଗ୍ରଣୀ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମର ସହାୟକ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ଏହାର ଷ୍ଟଲରେ କମ୍ପାନି ଏହି ଅଞ୍ଚଳରେ ଚଳାଇଥିବା ପରିବର୍ତନଶୀଳ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମକୁ ପ୍ରଦର୍ଶିତ କରିଛି।
ବେଦାନ୍ତ ଷ୍ଟଲରେ ପ୍ରୋଜେକ୍ଟ ଆଦିକଳାର ହାତତିଆରି ସାମଗୀର ଚମତ୍କାର ପ୍ରଦର୍ଶନ କରାଯାଇଥିଲା, ଯାହା ଭାରତର ସର୍ବପୁରାତନ କଳା – ସଉରା ଏବଂ ଢୋକ୍ରାକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ ଜୀବିକା ମାଧ୍ୟମରେ ୨୦୦ରୁ ଅଧିକ ଗ୍ରାମୀଣ ପରିବାରକୁ ସଶକ୍ତ କରିଥାଏ । ଗ୍ରାମୀଣ ମହିଳାଙ୍କ ପାଇଁ ବେଦାନ୍ତର ଅର୍ଥନୈତିକ ସ୍ୱାଧୀନତାର ସ୍ୱପ୍ନକୁ ପ୍ରତିଫଳିତ କରୁଥିବା ପ୍ରୋଜେକ୍ଟ ସଖୀ ଅଧୀନରେ ୪୦୦୦ରୁ ଅଧିକ ମହିଳାଙ୍କ ଦ୍ୱାରା ବିକଶିତ ଘରୋଇ ଜୈବିକ ଉତ୍ପାଦ ଏହି କଳାତ୍ମକ ପ୍ରଦର୍ଶନର ଏକ ଅଂଶ ଥିଲା ।
ଏହାବ୍ୟତୀତ ବେଦାନ୍ତର ଅତ୍ୟାଧୁନିକ କାରଖାନାରେ ବକ୍ସାଇଟ୍ ପଥରକୁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରିବାର ପ୍ରଦର୍ଶନ କରି ପର୍ଯ୍ୟଟକଙ୍କୁ ଆଲୁମିନିୟମର ଯାତ୍ରା ସମ୍ପର୍କରେ ଅବଗତ କରାଯାଇଥିଲା। ଏଥିସହିତ ପରିବେଶ ପରିଚାଳନା ସହ କଂପାନିର ସ୍ଥାୟୀ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ବେଦାନ୍ତ ଷ୍ଟଲକୁ ଉଦଘାଟନ କରି କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ଓ ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ଏହି ଅଞ୍ଚଳର ସଂସ୍କୃତି ଓ ଆଧୁନିକ ବିକାଶର ଅନନ୍ୟ ମିଶ୍ରଣ ପାଇଁ ଗର୍ବ ପ୍ରକାଶ କରିଥିଲେ। କଳାହାଣ୍ଡି ସାଂସଦ ଶ୍ରୀମତୀ ମାଲବିକା ଦେବୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଘୁମୁରା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ଏକ ଜୀବନ୍ତ ଉତ୍ସବ ଏବଂ ଏହା ଏକ ଜିଲ୍ଲା ଭାବରେ ଆମେ କରୁଥିବା ସାମଗ୍ରିକ ପ୍ରଗତିକୁ ପ୍ରତିଫଳିତ କରେ ।
ଉଦଘାଟନୀ ଭାଷଣରେ ଜିଲ୍ଲାପାଳ ସଚିନ ପାଓ୍ଵାର କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଆମ ଅଞ୍ଚଳର କାଳଜୟୀ ଐତିହ୍ୟ ଓ ସାମୂହିକ ଭାବନାର ଉତ୍ସବ। ଏଠାରେ ପ୍ରଦର୍ଶିତ ବେଦାନ୍ତର ତୃଣମୂଳସ୍ତରୀୟ ପଦକ୍ଷେପ ଗୁଡ଼ିକ ଆଖପାଖ ଅଞ୍ଚଳକୁ ସମର୍ଥନ ଏବଂ ବିକାଶ କରିପାରିବେ ଏବଂ ସେମାନଙ୍କର ସାଂସ୍କୃତିକ ପରମ୍ପରାକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିପାରିବେ। ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ ଏବଂ ପାରମ୍ପରିକ ଲୋକକଳାର ସଂରକ୍ଷଣ ଦିଗରେ କଂପାନିର ନିରନ୍ତର ପ୍ରୟାସକୁ ମୁଁ ପ୍ରଶଂସା କରୁଛି, ଯାହା ଆମ ସମ୍ପ୍ରଦାୟର ସାମଗ୍ରିକ ପ୍ରଗତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ବୋଲି ଜିଲ୍ଲାପାଳ କହିଛନ୍ତି।
ବେଦାନ୍ତ ଆଲୁମିନା ବିଜନେସ୍ ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ ଏହି ଉତ୍ସବରେ ଯୋଗଦେଇ କହିଛନ୍ତି ଯେ କଳାହାଣ୍ଡି ଉତ୍ସବ ଏହି ଅଞ୍ଚଳର ଆତ୍ମାକୁ ସ୍ମରଣ କରୁଥିବା ଏକ ମଞ୍ଚ ଭାବେ କାର୍ଯ୍ୟ କରୁଛି ଏବଂ ବେଦାନ୍ତ ଏହି ଭବ୍ୟ ଉତ୍ସବର ଅଂଶ ହୋଇ ଗର୍ବ ଅନୁଭବ କରୁଛି। କେବଳ ଆମର ଶିଳ୍ପ ଉତ୍କର୍ଷତା ନୁହେଁ, କଳାହାଣ୍ଡିର ଐତିହ୍ୟକୁ ସଂରକ୍ଷଣ କରିବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମର ସମର୍ପଣକୁ ମଧ୍ୟ ଆମେ ଆଲୋକପାତ କରିବାକୁ ଲକ୍ଷ୍ୟ ରଖିଛୁ। “ଏହି ଉତ୍ସବ ପ୍ରଗତି ଏବଂ ପରମ୍ପରାର ସଂପୂର୍ଣ୍ଣ ସମନ୍ୱୟକୁ ପ୍ରତିଫଳିତ କରୁଥିବା ବେଳେ ଆମେ ଯୋଗଦାନ କରି ଗର୍ବ ଅନୁଭବ କରୁଛୁ ବୋଲି ସିଇଓ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ସମୃଦ୍ଧ କଳା, ପରମ୍ପରା ଓ ଐତିହ୍ୟକୁ ଏକାଠି କରି ଏହି ଅଞ୍ଚଳର ଜୀବନ୍ତ ସଂସ୍କୃତିର ବାର୍ଷିକ ଉତ୍ସବ ହେଉଛି ‘କଳାହାଣ୍ଡି ଉତ୍ସବ- ଘୁମୁରା’।
Sign in
Sign in
Recover your password.
A password will be e-mailed to you.