(ଶାସକପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) : ସ୍ଥାନୀୟ ଖଲ୍ଲିକୋଟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ମହାଆଡମ୍ବରରେ ବାର୍ଷିକୋତ୍ସବ ପାଳିତ ହୋଇ ଯାଇଅଛି।
ଏଅଵସରରେ ସକାଳ ୬ , ଘଣ୍ଟା ରୁ ୬.୩୦ ପବିତ୍ର ସମାଧି ସାନ୍ନିଧ୍ୟରେ ସମୂହ ଧ୍ୟାନ । ୧୦.୦୦ଘଣ୍ଟାରେ ଭାରତର ଆଧ୍ୟାତ୍ମିକ ପତାକା ଉତ୍ତୋଳନ, ସାମରିକ ଅଭିବାଦନ, ମାର୍ଚ୍ଚ ଫାଷ୍ଟ-ଵନ୍ଦେମାତରମ୍ କରିଥିଲେ। ଶ୍ରୀ ଯୁକ୍ତ ଚକ୍ରପାଣି ସ୍ବାଇଁ ଙ୍କ ସଭାପତିତ୍ବରେ ସଭା ପରିଚାଳନା ହୋଇଥିଲା। ଅତିଥି ମାନଙ୍କ ଦ୍ଵାରାପ୍ରଦୀପ ପ୍ରଜ୍ବଳନ, ଅନୁଷ୍ଠାନ ର ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ମାତୃବନ୍ଦନା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିବା ବେଳେ,ସାଧକ ଭାଗିରଥି ମହାପାତ୍ର , ଅତିଥି ମାନଙ୍କୁ ସ୍ଵାଗତ କରିବା ଅବସରରେରେ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ। ମଞ୍ଚାସିନ ଅତିଥି ମାନଙ୍କ ମଧ୍ୟରେ ଥିଲେ,ସଭାଧ୍ୟକ୍ଷ ଚକ୍ର ପାଣି ସ୍ବାଇଁ, ସମ୍ପାଦକ ରାମ ମୋହନ ପଣ୍ଡା, ମୁଖ୍ୟ ଅତିଥି ଆସ୍କା ଲୋକ ସଭା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶୀନି ପଟ୍ଟନାୟକ, ସମ୍ମାନିତ ଅତିଥି ଶ୍ରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରମୁଖ ପ୍ରବକ୍ତା ଶ୍ରୀ ପ୍ରସାଦ ତ୍ରିପାଠୀ ଥିବା ଜଣାପଡ଼ିଛି। ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଅରୋ ଶ୍ରୀ ଉନ୍ମୋଚିତ ହୋଇଥିଲା। ଶ୍ରୀ ରାମମୋହନ ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ। ଆଲୋଚନା ବିଷୟ ଥିଲା “ଜାତୀୟ ଶିକ୍ଷା ଓ ପୂର୍ଣ୍ଣାଙ୍ଗ ଶିକ୍ଷାର ପୁରୋଦୂଷ୍ଟି” । ତାପରେ ସମ୍ମାନିତ ଅତିଥି ମାନଙ୍କ ବକ୍ତୃତା, ମୁଖ୍ୟ ଅତିଥି ଙ୍କ ଉଦ୍ ବୋଧନ କାର୍ଯ୍ୟକ୍ରମ ହୋଇଥିଲା। ସଭାପତିଙ୍କ ବକ୍ତବ୍ୟ ସରିଲା ପରେ ,ଅଧ୍ୟକ୍ଷ କରୁଣାକର ପଟ୍ଟନାୟକ କୃତଜ୍ଞତା ଜ୍ଞାପନ କରିଥିଲେ।
ପ୍ରସାଦ ସେବନ ପରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଶାରୀରିକ କ୍ରିଡ଼ା କୌଶଳ ପ୍ରଦର୍ଶନ କରି ଥିଲେ।
Sign in
Sign in
Recover your password.
A password will be e-mailed to you.