ଗାଈସିଲାଟ :-ଗାଈସିଲାଟ ବ୍ଲକ୍ ଅନ୍ତର୍ଗତ ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ବୁଧବାର ଉଦ୍ଯାପିତ ହୋଇଯାଇଛି । ଅବସରପ୍ରାପ୍ତ ଅଧ୍ୟାପକ ତୀର୍ଥବାସୀ ଦେବତାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କମଳାକାନ୍ତ ପାଣିଗ୍ରାହୀ, ମୁଖ୍ୟବକ୍ତା କଳାପାଣି କଲେଜର ଅଧ୍ୟାପକ ମୋହନ ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ହାଇସ୍କୁଲ ପ୍ରଧାନଶିକ୍ଷକ ଉମେଶ ଦାଶ, ବିଇଓ ରାମଲାଲ ବରିହା, ପରିଚାଳନା କମିଟି ସଭାପତି ପଞ୍ଚାନନ ପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ରାଜେଶ ପାତ୍ର ମଞ୍ଚ ପରିଚାଳନା ଓ ମନୋରଞ୍ଜନ ଚାନ୍ଦ ଧନ୍ୟବାଦ ଦେଇଥିଲେ ।
କମିଟିର ସଭାପତି କିଶୋର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ଅଧିବେଶନରେ ମୁଖ୍ୟ ଅତିଥି ସ୍ଵାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଅଧ୍ୟାପକ କେଶରଞ୍ଜନ ପଧାନ ଯୋଗଦାନ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା। ଅଧ୍ୟାପକ ଧନପତି ଦେବତା ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସ୍ବର୍ଗତ ତପନ ପାତ୍ର, ରାଜକୁମାର ପାତ୍ରଙ୍କ ସମେତ ଏହି ବିଦ୍ୟାଳୟରେ କାର୍ଯ୍ୟରତ ସ୍ଵର୍ଗତ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ସ୍କୁଲରୁ ବିଦାୟ ତଥା ଅବସରଗ୍ରହଣ ଉପଢୌକନ, ମାନପତ୍ର ଦେଇ ସମ୍ବଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.