ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ମଞ୍ଚରେ ଶତାଧିକ ଶିଶୁ କଳାକାର। ଏକୁ ଆରେକ ବଳି ଦମଦାର ପ୍ରଦର୍ଶନ। ଭରପୁର ଦର୍ଶକ, ବିଭୋର ସମସ୍ତେ। ଏଭଳି ଆଜି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଶିଶୁ ବିଚିତ୍ରା ବିଳମ୍ବିତ ରାତିଯାଏଁ ପାରବା ମଞ୍ଚରେ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ୨୭ତମ କଳାହାଣ୍ଡି ଉତ୍ସବର ଦ୍ଵିତୀୟ ସାଂସ୍କୃତିକ ସଂସ୍କରଣ ପାରବା ଖୋଲାମଞ୍ଚରେ ଆଜି ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଦିବାସୀ ନେତା ତଥା ଦଳିତ, ଆଦିବାସୀ ମହାସଂଘର ସଭାପତି ପରମାନନ୍ଦ ମାଝୀ, ମୁଖ୍ୟବକ୍ତା ଭାବେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡ. ଭବାନୀଶଙ୍କର ନିଆଲ, ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ମହମ୍ମଦ ସାହେବ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପରିଷଦ ଅତିରିକ୍ତ ଉନ୍ନୟନ ଅଧିକାରୀ ଦିଲୀପ ମହାରଣାଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭା ଶେଷରେ ପ୍ରଗତି ଗ୍ରୁପର ସମ୍ପାଦକ ଅଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରିଚାଳନା କରିଥିଲେ ସୁଧୀର ନାଏକ ଓ ରିୟାଜ ଖାନ। ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମକୁ ସୌରଭ ମହାପାତ୍ର, ହେମନ୍ତ ସାହୁ, ଡିଲେଶ୍ୱର ରଣା, ଧନଞ୍ଜୟ ପଣ୍ଡା, ଆଶୁତୋଷ ପୁରୋହିତ, ପ୍ରିୟଙ୍କା ପଟ୍ଟନାୟକ, ଆର୍ୟ ନାଏକ, ବିକାଶ ମୁଣ୍ଡ, ଶିବଶକ୍ତି ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ
ପ୍ରଗତି ଅନୁଷ୍ଠାନ ଦ୍ୱାରା ପ୍ରାରମ୍ଭିକ ସଂଗୀତ ପରେ ବୃନ୍ଦାବନ ସ୍ମାର୍ଟ ସ୍କୁଲ, ସୋନୀ ଡ୍ୟାନ୍ସ ସ୍କୁଲ, ଡିଜେ ଡ୍ୟାନ୍ସ ଗ୍ରୁପ, ଅଭିଜିତ ସାହୁ, ଅନନ୍ୟା ଅପରାଜିତା, ଜେକେ ଡ୍ୟାନ୍ସ ସ୍କୁଲ, ସୋହାନୀ ପ୍ରିୟଦର୍ଶିନୀ ମହାରଣା, ପରୀ ସିଂହ, ଅମ୍ରିତା ସାହୁ, କେସିଙ୍ଗାସ୍ଥିତ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲ, ତସ୍ୱୀକା ପ୍ରଧାନ ଗ୍ରୁପ, ସମୀକ୍ଷା ପାଣିଗ୍ରହୀ, ଏକ୍ସଡିଆର ଡ୍ୟାନ୍ସ ଗ୍ରୁପ, ଆର ସିଏମ ଟିଉସନ ଡ୍ୟାନ୍ସ ଗ୍ରୁପ, ସକ୍ଷମ ନୃତ୍ୟ ଏକାଡେମୀ, ସିଟିଜେନ ମଡେଲ ଇଂଲିଶ ମିଡିୟମ ଏକାଡେମୀ, ମୋନୀକା ଗହୀର ଓ ସାଥୀ, ମୁକ୍ତିପ୍ରିୟା ବିଶ୍ଵାଳ, ଅର୍ଚ୍ଚିତା ଡ୍ୟାନ୍ସ ଗ୍ରୁପ, ଅନନ୍ୟା ସାହୁ, ଶାସ୍ତ୍ରୀଜୀ ମଡେଲ ସ୍କୁଲ, ପ୍ରଗତି ଶିକ୍ଷାନୁଷ୍ଠାନ, ସୋହିନୀ ପ୍ରେୟସୀ ମହାରଣା, ଋଚିକା ମହାଖୁଡ଼ ପ୍ରମୁଖ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.