ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ର ଷାଠିଏ ଜଣ କଳାକାର କେନ୍ଦ୍ର ସଂସ୍କୃତି ବିଭାଗ ଓ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମନୋନୀତ ହୋଇ ଏହି ବର୍ଷ ସାଧାରଣ ତନ୍ତ୍ର ଦିବସ ରେ କର୍ତ୍ତବ୍ୟ ପଥ ଦିଲ୍ଲୀ ଠାରେ ଜୟ ମାଆ ଭାରତୀ ନୃତ୍ୟ ଉତ୍ସବ ଉପଲକ୍ଷେ ଡାଲଖାଇ ନୃତ୍ୟ ପରିବେଷଣ କରିବେ l ଏହା କେସିଙ୍ଗା ତଥା କଳାହାଣ୍ଡି ଅଞ୍ଚଳ ପାଇଁ ଅନେକ ଗୌରବ ଆଣିଦେଇଛି l ଏମାନେ ଅଡିସନ ରେ ଚୟନ ହେବା ପରେ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି।ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦର୍ବାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକା ନନ୍ଦ ମହାନନ୍ଦ ଉପସ୍ଥିତ ରହି କଳାକାର ଙ୍କୁ ଶୁବେଛା ଜଣାଇଥିଲେ। ସମସ୍ତ କଳାକାର ତଥା ଅନୁଷ୍ଠାନ ର ସଭାପତି ସୁଶାନ୍ତ ମହାପାତ୍ର,ସମ୍ପାଦକ ଅକ୍ଷୟ ଦାସ,କୋଷାଧ୍ୟକ୍ଷ ବିକ୍ରମ ବାରିକ,ଜ୍ଞାନେନ୍ଦ୍ର ଭୋଇ,କୁମାର ସିଂ, ସୁଶାନ୍ତ ସିଂ ,ସଂଜୀବ ସିଂ,ହିନା,ଲକ୍ଷ୍ମୀ କାନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ll
Sign in
Sign in
Recover your password.
A password will be e-mailed to you.
Next Post