ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ରାଜ୍ୟ ସ୍ତରୀୟ ୫୩ ତମ ବାର୍ଷିକ ସମ୍ମଳନୀ ଆଜି ସୋମବାର ୩୦ ତାରିଖ ରେ ଉଦଯାପିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି ସମ୍ମଳନୀରେ ଆଜି ଅନ୍ତିମ ଦିବସ ରହିଥିବା ବେଳେ ଅଧିବେଶନ ସମାପ୍ତ ହେବା ପରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଭଞ୍ଜନଗର ଆଇନଜୀବୀ ସଂଘ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଆଜି ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବି ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନଜୀବି ସଂଘର କାର୍ଯ୍ୟକାରୀତା ଏବଂ ସଂଘରେ ଏକତା ବଜାୟ ରଖିବା ଦ୍ୱାରା ଆ.ଓ.ଲା ଆଗକୁ ବଢ଼ିବ ବୋଲି ବକ୍ତବ୍ୟ ରଖିଥିଲେ।ଆଇନଜୀବୀ ସଂଘ ସଭାପତି ମାନସ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଭ୍ୟର୍ଥନା କମିଟି ସଭାପତି ତଥା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବାର୍ କାଉନସିଲ ସଦସ୍ୟ ପିତବାସ ପଣ୍ଡା ଓ ଆତ୍ମାରାମ ମହାନ୍ତି,ରାଜ୍ୟ ଆଇନଜୀବି ସଂଘର ସଙ୍ଗଠନ ସମ୍ପାଦକ ନିରଞ୍ଜନ ନାୟକ ଯୋଗଦେଇ ସଙ୍ଗଠନ ର ବିଭିନ୍ନ ଦାବି ସଂର୍ପକରେ କହିବା ସହ ସମାଜ ଗଠନରେ ଆଇନଜୀବୀଙ୍କ ଭୂମିକା,ଲୋକଙ୍କୁ ନ୍ୟାୟିକ କ୍ଷେତ୍ରରେ ସର୍ବଦା ଜଣେ ବନ୍ଧୁ ପରି ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ଆଇନଜୀବୀଙ୍କ ଚିନ୍ତା,ଚେତନା ଓ କର୍ତ୍ତବ୍ୟ ସର୍ବଦା ନିଷ୍ଠାପରତା ଉପରେ ଆଧାରିତ ବୋଲି କହିଥିଲେ। ପ୍ରସନ୍ନ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଅପରାହ୍ନରେ ସାଧରଣ ବୈଠକ ହେବା ସହ କର୍ମକର୍ତ୍ତା ଚୟନ କରାଯାଇଥିଲା। ଏହି ସବୁ କାର୍ଯ୍ୟକ୍ରମ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଅନେକ ଆଇନଜୀବୀ ଅତ୍ୟନ୍ତ ଖୁସିଥିଲେ ଓ କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କ କାର୍ଯ୍ୟକ୍ରମ କୁ ସମସ୍ତେ ଭୁରି ଭୁରି ପ୍ରଶଂସା କରିଥିଲେ।
Sign in
Sign in
Recover your password.
A password will be e-mailed to you.