ଲଘୁଚାପ ଜନିତ ବର୍ଷା ରେ କ୍ଷୟକ୍ଷତି ହୋଇଥିବା ଫସଲ ପାଈଁ ହେକ୍ଟର ପିଛା 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କଂଗ୍ରେସ ଦଳ ପକ୍ଷରୁ ଦାବୀ l

2

ଖୋର୍ଦ୍ଧା- ଲଘୁଚାପ ଜନିତ ଅଦିନିଆ ବର୍ଷା ରେ କ୍ଷୟକ୍ଷତି ହୋଇଥିବା ଫସଲ ପାଇଁ ରାଜ୍ୟ ସରକାର ହେକ୍ଟର ପିଛା 5 ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ କଂଗ୍ରେସ ଦଳ ରାଜ୍ୟ ମୁଖପାତ୍ର ତଥା ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସୋନାଲି ସାହୁ ଖୋର୍ଦ୍ଧା ଜ଼ିଲ୍ଲାପାଳ ଙ୍କ ନିକଟରେ ଲିଖିତ ଭାବେ ଦାବୀ ଉପସ୍ଥାପନା କରିଛନ୍ତି l ସେ ତାଙ୍କ ଦାବୀପତ୍ର ରେ ଦର୍ଶାଇଛନ୍ତି ଖୋର୍ଦ୍ଧା ବ୍ଲକ ର 22 ଟି ଗ୍ରାମପଞ୍ଚାୟତ ରେ 137 ଟି ଗ୍ରାମର 1710 ହେକ୍ଟର ଏବଂ ଟାଙ୍ଗୀ ବ୍ଲକ ର 26 ଟି ପଞ୍ଚାୟତ ରେ 112 ଟି ଗ୍ରାମର 1846 ହେକ୍ଟର ଧାନ ଏବଂ ପନିପରିବା ଫସଲ ପାଣିରେ ପଡି ନଷ୍ଟ ହୋଇଯାଇଛି l ତେଣୁ ରାଜ୍ୟ ସରକାର ଏ ସବୁ କ୍ଷୟକ୍ଷତି ର ଭରଣା ପାଇଁ ହେକ୍ଟର ପିଛା 5 ଲକ୍ଷ ଟଙ୍କା ଦେବାକୁ ସେ ତାଙ୍କ ଦାବୀପତ୍ର ରେ ଉଲ୍ଲେଖ କରିଛନ୍ତି l

Leave A Reply

Your email address will not be published.