ନିମ୍ବେଶ୍ବରଙ୍କ ପୀଠରେ ଶୈବ ଯଜ୍ଞ ଅନୁଷ୍ଠିତ

2

ଓଡ଼ଗାଁ,୩୦।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୋରପିଠା ପଞ୍ଚାୟତ ଗୋଡ଼ି ପାଟଣା ଗ୍ରାମ ସନ୍ନିକଟରେ ବିରାଜିତ ନିମ୍ବେଶ୍ବର ମହାଦେବଙ୍କ ପୀଠରେ ବିଶ୍ବଶାନ୍ତି ଶୈବଯଜ୍ଞ ଓ ବକୁଳ ଅମାବାସ୍ୟା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ସହଶ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଚଳିତ ମାସ ୨୮ ତାରିଖ ଶନିବାର ଠାରୁ ତ୍ରୀଦିବସୀୟ ବିଶ୍ଵଶାନ୍ତି ଶୈବଯଜ୍ଞ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବ୍ରାହ୍ମଣ ବରଣ ସହିତ କଳସଯାତ୍ରା ପରେ ଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା। ଦ୍ବିତୀୟ ଦିବସରେ ଯଜ୍ଞକାର୍ଯ୍ୟ ଜାରି ରହିଥିବା ବେଳେ ୩୦ ତାରିଖରେ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ପଣ୍ଡିତ ଜଳନ୍ଧର ରଥ ଆଚାର୍ଯ୍ୟ ଭାବେ ଦାୟିତ୍ଵ ତୁଲାଇଥିବା ବେଳେ ପ୍ରଚାରକ ଭାବେ ପ୍ରକାଶ କୁମାର ଆଚାର୍ଯ୍ୟ, ବ୍ରହ୍ମା ଲଡୁ କିଶୋର ରଥ, ଚରୁକର୍ତ୍ତା ଭାବେ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସମିଧ ଗଙ୍ଗାଧର କର ପ୍ରମୁଖ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ବାରା ଶୈବ ଯଜ୍ଞ ପରିଚାଳିତ ହୋଇଥିଲା। ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଗୋଡ଼ି ପାଟଣା, ଦୁର୍ଗାପ୍ରସାଦ, କୁଟୁଣି, ସରମରେଇସାହି, ରବି ଗାଡିଆ, ବଳଭଦ୍ରପୁର, କଣମରେଇସାଇ ଗ୍ରାମବାସୀଙ୍କ ସହଯୋଗରେ ଶୈବଯଜ୍ଞ କାର୍ଯ୍ୟକ୍ରମ ପରିଚାଳିତ ହୋଇଥଲା। ଗୋଡ଼ି ପାଟଣା ୟୁଥକ୍ଳବର ସଭ୍ୟମାନେ ଶାନ୍ତି କାର୍ଯ୍ୟକ୍ରମରେ ଶୃଙ୍ଖଳା ରକ୍ଷା କରିଥିଲେ ।

Leave A Reply

Your email address will not be published.