ଓଡ଼ଗାଁ,୨୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ଓଡିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ଭି. ନରସିଙ୍ଗା ଭଞ୍ଜନଗର ଠାରେ ଆୟୋଜିତ ଅଲ୍ ଓଡ଼ିଶା ଲୟାର ଆସୋସିଏସନର ୫୩ ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେବାପାଇଁ ଯାଉଥିବା ବେଳେ ଶରଣକୁଳ ଠାରେ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଲଡୁକେଶ୍ବର ମହାଦେବ ଏବଂ ଓଡ଼ଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଗୁପ୍ତ ଅଯୋଧ୍ୟାର ଅଧିଶ୍ବର ପ୍ରଭୁ ରଘୁନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଓଡ଼ଗାଁ ରଘୁନାଥ ଜିଉଙ୍କ ମନ୍ଦିରରେ ପହଁଞ୍ଚିବା ବେଳେ ନୟାଗଡ଼ ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା, ଓଡ଼ଗାଁ ଅଦାଲତର ଦେଓ୍ବାନି କନିଷ୍ଠ ଜଜ ଫୈଜଦାରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ହରମୋହନ ଦାଶ, ଓଡିଶା ହାଇକୋର୍ଟର ଓକିଲ ବିଜୟ କୁମାର ସାହୁ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ର ପ୍ରମୁଖ ବିଚାରପତିଙ୍କୁ ମନ୍ଦିରକୁ ନେଇଯାଇଥିଲେ । ପୁଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ପୂଜାର୍ଚ୍ଚନା କରିବା ପରେ ମନ୍ଦିର ପ୍ରଶାସନ ତରଫରୁ ଠାକୁରଙ୍କ ଓଢ଼ଣୀ ପ୍ରଦାନ କରାଯାଇଥିଲା । ପରେ ଓଡ଼ଗାଁ ଅଦାଲତରେ କାର୍ଯ୍ୟ ସାରି ଭଞ୍ଜନଗର ଅଭିମୁଖେ ଯାଇଥିଲେ ।
Sign in
Sign in
Recover your password.
A password will be e-mailed to you.