ଓଡ଼ଗାଁ ୨୮।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ରାଧାକାନ୍ତ କ୍ରିକେଟ ଆସୋସିଏସନ୍ (ଆରସିଏ) ଦ୍ବାରା ଆୟୋଜିତ ରାକେଶ ମେମୋରିଆଲ ୫ମ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରସିଏ କପ୍ ୨୦୨୪ ତୃତୀୟ ଦିନର ପ୍ରଥମ ଲିଗ୍ ମ୍ୟାଚ ମଦନଗାଡିଆ ଓ ଖୁଣ୍ଟୁବନ୍ଧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତସ୍ ଜିତି ଖୁଣ୍ଟ ବନ୍ଧ ନିର୍ଦ୍ଧାରିତ ୮ ଓଭରରେ ୩ ଉଇକେଟ ବିନିମୟରେ ୧୩୦ ରନ ସଂଗ୍ରହ କରିଥିବା ବେଳେ ପ୍ରତିପକ୍ଷ ମଦନଗାଡିଆ ନିର୍ଦ୍ଧାରିତ ଓଭରରେ ୩ ଉଇକେଟ ହରାଇ ୮୭ ରନରେ କରି ପରାଜୟ ବରଣ କରିଥିଲା । ବିଜୟୀ ଦଳର ବାଦଲ ୧୫ ବଲରେ ୪୫ ରନ କରି ମ୍ୟାନ ଅଫଦି ମ୍ୟାଚ ଘୋଷିତ ହୋଇଥିଲେ । ସେହିପରି ଆଜିର ଦ୍ବିତୀୟ ଲିଗ୍ ମ୍ୟାଚରେ ଶାଳଝରିଆ ପ୍ରଥମେ ବ୍ୟାଟିଂ କରି ୮ ଓଭରରେ ୧୩୬ ରନ ସଂଗ୍ରହ କରିଥିଲା । ପ୍ରତିପକ୍ଷ ବଡକୋଠ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୪୭ ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ବିଜୟୀ ଦଳର କୁନା ୧୬ ବଲରେ ୫୭ ରନ୍ କରି ମ୍ୟାନ ଅଫଦି ମ୍ୟାଚ ହୋଇଥିଲେ । ଆଜିର ତଥା ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟର ଫାଇନାଲ ମ୍ୟାଚ୍ ଲିଗ୍ ମ୍ୟାଚ ବିଜୟୀ ଉଭୟ ଦଳଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଖୁଣ୍ଟୁବନ୍ଧ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୪୭ ରନ କରିଥିବା ବେଳେ ଜବାବରେ ଶାଳଝରିଆ ୫ ଉଇକେଟରେ ମ୍ୟାଚକୁ ବିଜୟ ହାସଲ କରି ସେମିଫାଇନାଲକୁ ଉର୍ନିତ ହୋଇଥିଲା । ଚିତ୍ତରଞ୍ଜନ ସାହୁ, ସାର୍ଥକ ଷଡ଼ଙ୍ଗୀ, ସୁକାନ୍ତ କୁମାର ସାହୁ, ଭେଙ୍କଟେଶ୍ବର ପାଣିଗ୍ରାହୀ ଖେଳ ପରିଚାଳନା କରିଥିଲେ । ପ୍ରଭାକର ସାହୁ, ହରିହର ସାହୁ, ପ୍ରଫୁଲ୍ଲ ନାଏକ, ଭିମଶେନ ସାହୁ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.