ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦୀର୍ଘଦିନ ଧରି ଆଇନଜୀବିମାନେ ଅବହେଳିତ ହୋଇ ଆସୁଥିବା ବେଳେ ସମଗ୍ର ରାଜ୍ୟରେ ଓକିଲ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଆଡଭୋକେଟ ୱେଲଫେୟାର ଫଣ୍ଡ ଟ୍ରଷ୍ଟ କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମ୍ୟାଚିଙ୍ଗ୍ ଫଣ୍ଡ୍ ବାବଦରେ ୧୦ କୋଟି ଟଙ୍କା ରାଜ୍ୟ ସରକାର ଅନୁଦାନ ପ୍ରଦାନ କରିଛନ୍ତି। ଏଥିପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇ ଥିବା ବେଳେ ଭଞ୍ଜନଗର ବାର ଆସୋସିଏସନ ତରଫରୁ ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁଙ୍କ ସମେତ ସଂଘର ସମସ୍ତ ଆଇନଜୀବିମାନେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ରାଜ୍ୟ ଆଇନାମନ୍ତ୍ରୀ ଶ୍ରୀମାନ ପୃଥିବୀରାଜ ହରିଚନ୍ଦନ ଓ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଆନ୍ତରିକତାର ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।ଏହାଦ୍ୱାରା ଓଡ଼ିଶାର ସମସ୍ତ ଆଇନଜୀବିମାନେ ଉପକୃତ ହୋଇପାରିବେ ବୋଲି ଭଞ୍ଜନଗର ଓକିଲ ସଂଘ ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ କହିଛନ୍ତି। ଏ ଖବର ଶୁଣିବା ପରେ ଆଇନଜୀବିଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର ହୋଇଛି।
Sign in
Sign in
Recover your password.
A password will be e-mailed to you.