ଗାଈସିଲାଟରେ ଫକିର ମୋହନ ପଟ୍ଟନାୟକ ସୁରତା ଉଚ୍ଛବ

3

ଗାଈସିଲାଟ:- ଗାଈସିଲାଟ ୟୁଥ୍ କ୍ଲବ ପରିସରରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରାଜ୍ୟ ସରକାର, ନୂପୁର କ୍ଲବ ବରପାଲି ଓ ୟୁଥ୍ କ୍ଲବ୍ ଗାଈସିଲାଟ ସୌଜନ୍ୟରେ ଏକାଦଶ ଫକିର ମୋହନ ପଟ୍ଟନାୟକ ସୁର୍‌ତା ଉଚ୍ଛବ ପାଳିତ ହୋଇଛି। ଅବସରରେ ଡ. ସୁନୀଲ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ମୁଖ୍ୟଅତିଥି ଭାବେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ବ୍ଲକ୍ ଅଧ୍ୟକ୍ଷ ପ୍ରଣୟ ସାହୁ, ସରପଞ୍ଚ ଶରତ କାଲୋ, କଳାକାର ସଂଘ ସଭାପତି ରଞ୍ଜନ ପଣ୍ଡା ଯୋଗଦେଇ ତାଙ୍କ ସଙ୍ଗୀତ ସବୁବେଳେ ଅମର ରହିଛି ବୋଲି ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ବରିଷ୍ଠ ନୃତ୍ୟାଙ୍ଗନା ବେଟିଖାଇ ବରିହା, ରବିରତନ ସାହୁ, ତୁଳାରାମ କଲେତ, କୁମୁଦ ନାଏକଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କଳାପରିଷଦ ବଲାଙ୍ଗୀର, କଳାଜୀବୀ ବରଗଡ଼, ସଙ୍ଗୀତକାର ଗଗନ ବାଗ, ରଶ୍ମୀରାଣୀ ଦାଶ, ଜୟଶ୍ରୀ ପୁରୋହିତ, ଜଗତ ଗଡ଼ତିଆ, ପଦ୍ମଶ୍ରୀ ଖଟେଇ, ବାଦ୍ୟଯନ୍ତ୍ରରେ ପଦ୍ମଲୋଚନ
ଦାସ, ସଞ୍ଜୟ ବେହେରା, ସୁନୀଲ ବିଭାର, ବିଶ୍ଵ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ମୁଗ୍ଧା ଦାଶ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ପରମାନନ୍ଦ ସ୍ୱାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଗୋକୁଳାନନ୍ଦ ସ୍ବାଇଁ, ଯୁଗାନନ୍ଦ ବିଶି, ରାଜୁ ବିଦ୍ୟାଧର, ରମେଶ ରଣା ତଥା ୟୁଥ କ୍ଲବ ସଦସ୍ୟ ସହଯୋଗ କରିଥିଲେ। ବାଳକିଶୋର ଖାଡ଼ଙ୍ଗା ଅତିଥି ପରିଚୟ ଓ ଅଜିତ ଛତ୍ରିଆ ଧନ୍ୟବାଦ ଦେଇଥିଲେ l

Leave A Reply

Your email address will not be published.