ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ରେ

3

ରାଉରକେଲା,(ବସନ୍ତ କୁମାର ଜେନା): ସାମାଜିକ ଅନୁଷ୍ଠାନ ଲେଡି ଲାୟନ ର ଶିଶୁ ମହୋତ୍ସବ ଆସନ୍ତା ୨୭ ଓ ୨୮ ତାରିଖରେ ଝିରପାଣି ର ବିଜୟ ପଡ଼ିଆ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ସେକ୍ଟର ୧୯ସ୍ଥିତ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖ୍ୟ ବନ୍ଦିତା ମହନ୍ତ, ସମ୍ପାଦକ ସ୍ନେହଲତା ଗନ୍ତାଘରିଆ, ଉପସଭାପତି ଧନମାୟା ବିଷ୍ଟ, ସଦସ୍ୟ ସରିତା ସିଂ, ଅନୁପମା ଦାସ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ବସ୍ତି ଅଞ୍ଚଳର ତଥା ଛୋଟଛୋଟ ପିଲାଙ୍କୁ ନେଇ ଏହି ମହୋତ୍ସବ ଅନୁଷ୍ଠିତ ହେବ। ପିଲା ମାନଂକ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନ ରେ ଆଣିବା ପାଇଁ ସେମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା, ବତ୍କୃତା ପ୍ରତିଯୋଗିତା ଆଦି କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ସେହିପରି ଅନୁଷ୍ଠାନ ତରଫରୁ ନୂତନ ପୋଷାକ ଓ ପୁରୁଣା ପୋଷାକ ଆବଶ୍ୟକ କରୁଥିବା ଗରିବ ଲୋକଙ୍କୁ ନିଃଶୁଳ୍କ ବିତରଣ କରାଯିବ। ଏହାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସହରବାସୀ ଯୋଗଦେବାପାଇଁ ଅନୁରୋଧ କରାଯାଇଛି। କବିତା ମହନ୍ତ ଙ୍କ ସମେତ ବହୁ ସଦସ୍ୟା ଏହି ସମ୍ମିଳନୀରେ ଯୋଗ ଦେଇଥିଲେ।

Leave A Reply

Your email address will not be published.