ନବରଙ୍ଗପୁର: 23/09/2026,ଆଠ ଦଫା ଦାବୀ ନେଇ ଦୁଇ ଦିନ ଧରି ଜାରି ରହିଥିବା ଓଡିଶା ହସ୍ପିଟାଲ କର୍ମଚାରୀ ମାନଙ୍କ ଧାରଣା ଅଭିରାମ ଏଜେନସି ର ଏରିଆ ମେନେଜର ଆସି ଆଲୋଚନା କରିଥିଲେ l ଆଠ ଗୋଟି ଦାବୀ ମଧ୍ୟ୍ୟରେ ଧାରଣା କାରି ମଧ୍ୟ୍ୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ମିଳି ନ ଥିବା ଦରମା ସାତ ଦିନ ମଧ୍ୟରେ ଦେବେ ଓ ଆଗାମୀ ସବୁ ମାସରେ 15 ତାରିଖ ପୂର୍ବରୁ ସମସ୍ତ ଙ୍କର ଦରମା ଦେବେ ଏବଂ ଇପିଏଫ ଟଙ୍କା ଜମା ଦେବା ବୋଲି ଲିଖିତ ଭାବେ ଦେଇଥିଲେ ଅଭିରାମ ଏଜେନ୍ସି ର ଏରିଆ ମେନେଜର ଶ୍ରୀ ମନଜ କୁମାର ଭତରା ପରେ ହସ୍ପିଟାଲ କର୍ମଚାରୀ ସଂଘ ତରଫରୁ ଧାରଣା କୁ ସ୍ଥଗିତ କରାଗଲା ବୋଲି ସଭାନେତ୍ରୀ ଶ୍ରୀ ମତି ମରିୟମ ଗରଡ଼ା ଘୋଷଣା କରିଥିଲେ l ଆଜିଠାରୁ କାର୍ଯ୍ୟ ଯୋଗ ଦେବେ ବୋଲି ସଂଘ ନିଷ୍ପତି ହେଲା ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ଉପଦେଷ୍ଟା ପରମେଶ୍ୱର ବିଷୋୟୀ, ହସପିଟାଲ କର୍ମଚାରୀ ସଂଘ ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ମରିୟମ ଗରଡ଼ା ସମ୍ପାଦିକା ଶ୍ରୀମତୀ ନମିତା ନାଗ ବି ଏମ ଏସ ଜିଲ୍ଲା ସମ୍ପାଦକ ଶ୍ରୀ ବିଷୋୟୀ ସମେତ ନବରଙ୍ଗପୁର ଜିଲ୍ଲା ର ସମସ୍ତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.