ଦିନିକିଆ ଖଇରା ଗସ୍ତରେ ବାଲେଶ୍ବର ଜିଲାପାଳ

10

ଇଡକୋ ଜମିଅଧିଗ୍ରହଣ ଅଞ୍ଚଳ ବୁଲିବା ସହ ମୋରମ ଉତ୍ତୋଳନ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ।


ଖଇରା,୨୩/୯ବାଲେଶ୍ବର ଜିଲାପାଳ କେ ସୁର୍ଯ୍ୟବଂଶୀ ମୟୁର ବିକାଶ ବୁଧବାର ଖଇର ତହସିଲ ଅଧିନ କୁପାରୀ ରାଜସ୍ବ କ୍ଷେତ୍ରରେ ଇଡିକୋ ପକ୍ଷରୁ ଚାଲିଥିବା ଜମି ଅଧିଗ୍ରହଣ କାର୍ଯ୍ୟର ତଦାରଖ କରିବା ସହ ବିଭିନ୍ନ ଅଧିକାରୀ ଙ୍କ ଉପସ୍ଥିତିରେ ଅଧିଗ୍ରହଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏଥିସହ ଅଧିଗ୍ରହଣ ହୋଇଥିବା ଜମିରେ ରାତିରେ ବେଆଇନ ମୋରମ ଉତ୍ତୋଳନ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିବାରୁ ଏହା ଉପରେ କଡା ନଜର ରଖିବାକୁ ଖଣି ଅଧିକାରି ଜଗନ ବେହେରା ,ତହସିଲଦାର ଅନୁପ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ରାଜେଶ ପ୍ରିୟଦର୍ଶୀ ,ଗଦାଧର ସେଠୀ,ପ୍ରିୟାଂଶୁ ପଣ୍ଡା,କୁପାରୀ ରାଜସ୍ବ ନିରିକ୍ଷକ ସୌଭାଗ୍ୟ ଶିଅଳ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ଜିଲାପାଳଙ୍କ ପ୍ରତିକ୍ରିୟା ନିଆଯିବାରେ ରାଜ୍ୟ ସରକାରଙ୍କ ତରଫରୁ କୁପାରୀରେ ଏମ ଏସଏମଇ ପାର୍କ ପ୍ରତିଷ୍ଠା ପାଇଁ ଇଡିକୋ ମାଧ୍ୟମରେ ଜମି ଅଧିଗ୍ରହଣ କାର୍ଯ୍ୟ ଚାଲିଛି । ଏହାର ଅଗ୍ରଗତି ନେଇ ସେ ସମିକ୍ଷା କରିଛନ୍ତି ।ଏଥିସହ ବେଆଇନ ମୋରମ ଉତ୍ତୋଳନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଖଣି ଅଧିକାରୀଙ୍କୁ କୁହାଯାଇଥିବା କହିଛନ୍ତି

Leave A Reply

Your email address will not be published.