ପଦ୍ମପୁର :- ସ୍ଥାନୀୟ ବିଜୁଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ୍ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ଟାଉନ୍ ସଭାପତି ନବ କିଶୋର ସାହୁ, ବିଜେଡ଼ି ନେତା ରାଜୁ ଘିଭେଲା, ପେକ୍ସ ସଭାପତି ମହେଶ୍ବର ପୁରୀ, ଜିଲ୍ଲା ପରିଷଦ ପୂର୍ଣିମା ରଣା ପ୍ରମୂଖ ଯୋଗ ଦେଇ ପ୍ରଥମେ ବିଜୁ ବାବୁଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ପରେ ଦଳର ପ୍ରତିଷ୍ଠା ଦିବସ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଦଳର ବରିଷ୍ଠ ନେତା, ସମସ୍ତ ସଭାପତି ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Next Post