ବୃଦ୍ଧା ଶ୍ରମ ରେ ବାଜପେୟୀ ଙ୍କ ଜୟନ୍ତୀ ପାଳନ କଲେ ବିଜେପି ନେତା ମନୋଜ ନାୟକ

3

ବାସୁଦେବପୁର –  ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି ନେତା ମନୋଜ ନାୟକ ସ୍ଥାନୀୟ ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ପାଳନ କରିଛନ୍ତି।। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ  ପରେ ଆଶ୍ରମ ଅନ୍ତେବାସୀ ଙ୍କୁ ଶୁଖିଲା ଖାଦ୍ୟ ପଦାର୍ଥ ଓ ମିଷ୍ଟାନ୍ନ  ବଣ୍ଟନ କରିଥିଲେ ମନୋଜ ନାୟକ। ଏହି କାର୍ଯ୍ୟ କର୍ମ ରେ ମନୋଜ ନାୟକ ଙ୍କ ସହ ବିପିନି ମିଶ୍ର, ପ୍ରଦୀପ ବଳ, ତାପସ ପାଣିଗ୍ରାହୀ , ବସନ୍ତ ଦୀକ୍ଷିତ , ମନୋରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.