ବାସୁଦେବପୁର – ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି କାର୍ଯ୍ୟ କର୍ତ୍ତା ଙ୍କ ତରଫରୁ ପାଳନ ହୋଇ ଯାଇଛି। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ବିଜେପି କର୍ମୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ନେତୃତ୍ଵ ରେ କୈଳାଶ ପଣ୍ଡା, ପ୍ରଦୀପ ମହାନ୍ତି,ମହେଶ୍ୱର ଧଳ, ଅସିତ୍ ଦାସ, ଜଗବନ୍ଧୁ ଦାସ, ବିମ୍ବା ଧର ଜେନା,ପ୍ରତାପ ସେନାପତି, କମଳା କାନ୍ତ ବାରିକ୍, ପ୍ରମୁଖ ଉପସ୍ଥିତ ରହି ବାଜପେୟୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ଫଳ ବଣ୍ଟନ କରିଥିଲେ।
Sign in
Sign in
Recover your password.
A password will be e-mailed to you.