ସାଇ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରିଡା ଉତ୍ସବ

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ସାଇ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ୨୨/୧୨/୨୪ ଓ ୨୩/୧୨/୨୪ ଦୁଇଦିନ ଧରି ନରସିଂହପୁର ବାସନ୍ତୀ ପଡିଆରେ  ପାଳିତ ହୋଇଯାଇଛି। ଏହି  ଅବସରରେ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମୂରଳୀଧର  ପାଣିଗ୍ରାହୀ ମୂଖ୍ଯ ଅତିଥି ଭାବେ ଯୋଗ ଉତ୍ସବ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ଚେୟାରମ୍ୟାନ ସୁଜାତା ପାଣିଗ୍ରାହୀ, ଅଧ୍ୟକ୍ଷ ଶ୍ରୀ ତପନ କୁମାର ପାଢ଼ୀ, ଉପାଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ଶେଣ୍ଡ,ଛାତ୍ରଛାତ୍ରୀ ମାନଙ୍କୁ  ଖେଳ ଉପକାରିତା ଉପରେ ଉଦବୋଧନ ଦେଇଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଖେଳ ପରିଚାଳନା କରିଥିଲେ।ବିଦ୍ୟାଳୟ ର ନିର୍ଦେଶକ କ୍ରୁପାସିନ୍ଧୁ ମହାନ୍ତି ଉଦ୍ ଜାପାନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ।

Leave A Reply

Your email address will not be published.