ଅଗ୍ନିକାଣ୍ଡ ଘଟି ଏକ ଦଳିତ ପରିବାର ସର୍ବସାନ୍ତ

0

ତିର୍ତ୍ତୋଲ / ରମେଶ ମହାନ୍ତି : :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କନକପୁର ପଞ୍ଚାୟତ ସର୍ଦୋଳା ଗ୍ରାମର ଏକ ଗରିବ ଦଳିତ ଲୋକ ଘରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ସେ ସର୍ବସାନ୍ତ ହୋଇଯାଇଥିବା ଜଣାପଡ଼ିଛି।ସୂଚନାନୁଯାୟୀ ଉକ୍ତ ଗ୍ରାମର ଦନେଇ ଭୋଇଙ୍କ ଚାଳ ଛପର ଘରେ କୌଣସି କାରଣରୁ ସଂନ୍ଧ୍ଯା ୬ଟା ବେଳେ ଆକସ୍ମିକ ଅଗ୍ନିକାଣ୍ଡ ଘଟିବାରୁ ଘରେଥିବା ଧାନ,ମୁଗ,ବିରି,ସମେତ ସମସ୍ତ ଆସବାବପତ୍ର ଯାହାକି ପିନ୍ଧା ବସ୍ତ୍ରକୁ ଛାଡି ସବୁକିଛି ପୋଡି ପାଉଁଶ ହୋଇଯାଇଛି।ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା।ଅଗ୍ନି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଉଛି।   

 

Leave A Reply

Your email address will not be published.