ଜଗତସିଂହପୁର,ତା-୨୪.୧୨.୨୦୨୪/ସୁମନ୍ତ କୁମାର ଦାସ: ସରକାରଙ୍କର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସରକାର ଓ ପ୍ରଶାସନ ଗ୍ରାମରେ ପହଞ୍ଚିବା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା।ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଲୋକଙ୍କ ହିତରେ ଲାଗିବା ସହ ଏହାର ସୁଫଳ ଯେପରି ସମସ୍ତେ ପାଇବେ ସେଥିପାଇଁ ସଚେତନତା ସୃଷ୍ଟି ବ୍ୟବସ୍ଥା କରାଯାଇଛି।ଏହି ଉଦ୍ଦେଶ୍ୟ ରେ ‘ପ୍ରଶାସନ ଗାଁଓ କି ଓର’ ବା ପ୍ରଶାସନ ଗ୍ରାମ ଅଭିମୁଖେ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଏକ ଦିବସୀୟ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ତଥା କ୍ଷତ୍ରିୟ ଅଧିକାରୀ ମାନେ ଉପସ୍ଥିତ ରହି ପ୍ରଶାସନିକ ବ୍ୟବସ୍ଥା ରେ ଜନସାଧାରଣ ଉପକୃତ ହେବା, ସରକାର ଙ୍କ କଲ୍ୟାଣ କାରୀ ଯୋଜନା ର ସୁଫଳ ପାଇବା ନିମନ୍ତେ ପଦକ୍ଷେପ ଆଦି ସଂପର୍କ ରେ ହୋଇଥିବା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ପ୍ରକାଶ ଥଉକି, ଚଳିତ ମାସ ୧୯ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ ଅଧିକାରୀ ମାନେ ଜିଲ୍ଲା ରେ ପଞ୍ଚାୟତ ଗସ୍ତ କରି ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଜିର କର୍ମଶାଳା ରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସମସ୍ତ କ୍ଷେତ୍ରୀୟ ଅଧିକାରୀ ମାନଙ୍କୁ ସରକାରୀ ଯୋଜନା ,ତାହାର ରୂପରେଖ, ହିତାଧିକାରୀ ଚୟନ, କାର୍ଯ୍ୟ କାରିତା ଓ ତାହାର ସୁଫଳ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post