ଜଗତସିଂହପୁର,ତା-୨୪.୧୨.୨୦୨୪/ସୁମନ୍ତ କୁମାର ଦାସ: ସାରା ବିଶ୍ୱ ରେ ଉପଭୋକ୍ତା ମାନଙ୍କ ସ୍ୱାର୍ଥ କୁ ପରିପୂରଣ ଓ ସଚେତନ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସ ୨୪ ତାରିଖ କୁ ଜାତୀୟ ଉପଭୋକ୍ତା ଦିବସ ଭାବେ ପାଳନ କରାଯାଏ। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା କକ୍ଷ ରେ ଆଞ୍ଚଳିକ ଖାଉଟି ସୁରକ୍ଷା ସଂଘ ଲଥାଙ୍ଗ ର ସଭାପତି ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଙ୍କ ସଂଯୋଜନା ତଥା ଉଦ୍ୟମ ଓ ବୈଧ ମାପ ବିଜ୍ଞାନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଜାତୀୟ ଉପଭୋକ୍ତା ଦିବସ ବରଣ୍ୟ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପାଳନ କରାଗଲା। କାର୍ଯ୍ୟକ୍ରମ ର ସୂତ୍ରଧର ଭାବେ ପଣ୍ଡିତ ଡ. ସିଦ୍ଧେଶ୍ଵର ପଣ୍ଡା ବିଷୟ ବସ୍ତୁ ଉପସ୍ଥାପନା କରିବା ସହ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଅତିଥି ମାନଂକର ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ନିୟନ୍ତ୍ରକ, ବୈଧ ମାପ ବିଜ୍ଞାନ ଶ୍ରୀଯୁକ୍ତ ଗୌରାଙ୍ଗ ଚନ୍ଦ୍ର ଜେନା ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ସମ୍ମାନୀତ ଅତିଥି ଭାବେଶ୍ରୀମତୀ ଅର୍ଚନା ସିଂ, ଅଧ୍ୟକ୍ଷା ଜଗତସିଂହପୁର ପୌରପାଳିକା, ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ, ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢ଼ୀ, ସଭାପତି ଡି. ସି. ଡି ଆର ସି, ଶ୍ରୀମତୀ ସୁଜାତା ମିଶ୍ର (ସି ଏସ ଓ ), ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ମଲ୍ଲିକ ଅଧକ୍ଷ ଆତ୍ମା, ଡ. ସୁନାକାର ବେହେରା ସଭାପତି ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପ୍ରମୁଖ ଆଭାସୀ ନ୍ୟାୟାଳୟ ମାଧ୍ୟମରେ ଉପଭୋକ୍ତା ମାନେ କିପରି ନ୍ୟାୟ ପାଇପାରିବେ ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ। ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ଜିଲ୍ଲା ର ବହୁ ଉପଭୋକ୍ତା କର୍ମୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ପରି ଶେଷରେ ପ୍ରଶ୍ନୋତ୍ତର ମାଧ୍ୟମରେ ବିବିଧ ପ୍ରସଙ୍ଗ ଉପରେ ଆଲୋଚନା ଓ ପ୍ରତ୍ୟାଲୋଚନା କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.