ନବରଙ୍ଗପୁର /ଅଶୋକ ସାହୁ, ଶାସକ ପ୍ରଶାସକ: ଆଜି ସ୍ଥାନୀୟ ଡି ପି ଆର୍ ସି ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତି ରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତରଫରୁ ନୂତନ ଭାବେ ଆରମ୍ବ ହୋଇଥିବା “ନୂତନ ଉନ୍ନତ ଅଭିଳାଷ” ଯୋଜନା ଅନ୍ତର୍ଗତ ଏକ ଟ୍ରେଡ” ଈ କମର୍ସ ଟିମ୍ ଲିଡ”ରେ ତାଲିମ ଆରମ୍ଭ ହୋଇଯାଇଛି।ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥିତ ୩୦ ଜଣ ଟ୍ରେନିଂ ଯୁବକ ମାନଙ୍କୁ ୟୁନିଫର୍ମ, ପାଠ୍ୟ ଉପକରଣ,ବିମା ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାର ଟ୍ରେନିଂ ଯୁବକ ମାନଙ୍କୁ ତାଲିମ ସମ୍ପୂର୍ଣ କରି ଚାକିରୀ ରେ ଯୋଗ ଦେବା ପାଇଁ ଏବଂ ଚାକିରି କ୍ଷେତ୍ର ରେ ନିଜର ଦକ୍ଷତା ପ୍ରତିପାଦନ କରି ନିଜ ପରିବାରର ଆର୍ଥିକ ଉନ୍ନତି ଓ ଏକ ସଫଳ ଉପାର୍ଜନକ୍ଷମ ବ୍ୟକ୍ତିତ୍ୱର ଉଦାହରଣ ସୃଷ୍ଟି କରନ୍ତୁ ବୋଲି କହିଥିଲେ।ଏହି ସଭାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଳେଇ, ପି ଏ, ଆଇ ଟି ଡି ଏ ରାଜୀବ ସାହୁ, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଟ୍ରେନିଂ ଯୁବକ ମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ଏବଂ ଉଚ୍ଚ ଅଭିଲାଶୀ ହେବାକୁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Next Post