ରାୟଗଡ଼ା ତା:୨୦-୧୨-୨୦୨୪:ଚଇତି ୨୦୨୪ ଅବସରରେ ଅନୁଷ୍ଠିତ ଜିଲ୍ଳା ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ଶୁକ୍ରବାର ରାୟଗଡ଼ା ସ୍ଵୟଂ ଶାସିତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆନ୍ତ-ମହାବିଦ୍ୟାଳୟ ସ୍ତରୀୟ ଚଇତି ପାଳନ ଅବସରରେ ଏହାକୁ ସାମିଲ କରାଯାଇଛି।
କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ଶ୍ରୀମତି ପାରୁଲ ପଟାୱରୀ ଯୋଗଦେଇ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ରାୟଗଡା ପୌରପାଳିକା ଅଧ୍ୟକ୍ଷ ମହେଶ ପଟ୍ଟନାୟକ, ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ, ରାୟଗଡା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ବବିଳତା ସର୍ଫ, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲ୍ଲୀ ନୂର ପ୍ରମୁଖ ମଞ୍ଚାସୀନ ଥିଲେ। ଜିଲ୍ଲା ସ୍ତରୀୟ ବିଭିନ୍ନ୍ କ୍ରୀଡ଼ାରେ ପ୍ରଥମ ପାଞ୍ଚଜଣ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହା ସହିତ ୨୦୨୪ ଚଇତି କ୍ରୀଡା ସମ୍ମାନ, ଭାରତ୍ତୋଳନ କ୍ଷେତ୍ରରେ ତଥା ଶକ୍ତ ପୁରୁଷ ଓ ଶକ୍ତ ମହିଳା ସମ୍ମାନ ପ୍ରଦାନ କରାଯାଇଛି।
ସେହିପରି ବିଶ୍ୱବିଦ୍ୟାଳୟ ସ୍ତରରେ ଉଭୟ କନିଷ୍ଠ ଓ ବରିଷ୍ଠ ବର୍ଗରେ ରଚନା, ତର୍କ, ସଙ୍ଗୀତ, ନୃତ୍ୟ, ଦଳଗତ ନୃତ୍ୟ,ସୃଜନାତ୍ମକ ଲିଖନ, ରଙ୍ଗୋଲି, ପୋଷ୍ଟର ଅଙ୍କନ,ଅଭିନୟ ଓ ଫେନସି ପୋଷାକ ଆଦି ପ୍ରତିଯୋଗୀତା ମାନ ଆୟୋଜନ କରାଯାଇ କୃତ୍ତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅଧ୍ୟାପକ ଏନ୍ ସ୍ରିନିବାସ ଆଚାରୀ ଓ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଆୟୋଜନରେ ରାୟଗଡ଼ା ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ ଓ କର୍ମକର୍ତ୍ତା, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ଵାଇଁ ଓ କର୍ମକର୍ତ୍ତା ବୃନ୍ଦ ଆୟୋଜନରେ ସହଯୋଗ କରିଥିଲେ। ।
Sign in
Sign in
Recover your password.
A password will be e-mailed to you.