ରାଉରକେଲା,(ବସନ୍ତ କୁମାର ଜେନା ): ରାଉରକେଲାରେ ଆଉ କିଛି ଦିନ ପରେ ଆରମ୍ଭ ହେବ ହକି ପ୍ରିମୀୟର ଲିଗ୍। ମାତ୍ର ରାଉରକେଲାରୁ ବିମାନ ସେବା ଏପର୍ଯ୍ୟନ୍ତ ବ୍ୟବସ୍ଥିତ ହୋଇ ପାରିଲା ନାହିଁ। ଗତ ବର୍ଷ ଉଡାନ୍ ସ୍କିମରେ ରାଉରକେଲା ଏଆରପୋର୍ଟକୁ ଯୋଡ଼ା ଯିବା ପରେ ନିୟମିତ ବିମାନ ସେବା ନେଇ ଆଶା ପ୍ରକାଶ ପାଇଥିଲା। ଆଲାଏନ୍ସ ଏଆର ପକ୍ଷରୁ ମଧ୍ୟ ଭୁବନେଶ୍ଵର – ରାଉରକେଲା ଏବଂ ରାଉରକେଲା – କୋଲକାତା ବିମାନ ସେବା ଆରମ୍ଭ ହୋଇଥିଲା। ମାତ୍ର ଏହି ସେବା କେବେ ମଧ୍ୟ ନିୟମିତ ହୋଇ ପାରିଲା ନାହିଁ। ଚଳିତ ମାସ ରାଉରକେଲାରୁ ବିମାନ ସେବା ପ୍ରାୟ ବନ୍ଦ ରହିଛି। ବିମାନ ସେବା ସହରରୁ ନିୟମିତ କରିବା ଲାଗି ଆଜି ରାଉରକେଲା ଏଆରପୋର୍ଟ ଆକ୍ସନ୍ କମିଟି ପକ୍ଷରୁ ବିମାନ ବନ୍ଦର ନିକଟରେ ଧାରଣା ଦିଆ ଯାଇଥିଲା। ବିମାନ ସେବା ନିୟମିତ ସହ ବିମାନ ବନ୍ଦରକୁ ଏଆରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ହସ୍ତାନ୍ତର କରିବାକୁ ଦାବି ହୋଇଥିଲା। ଏହାସହ ଆଇ ଏଲ୍ ସିଷ୍ଟମ୍ ଲାଗୁ , ରାତ୍ରି କାଳୀନ ବିମାନ ଅବତରଣ ସୁବିଧା ଆଦି ଦାବି କରା ଯାଇଥିଲା। ଦାବି ପୂରଣ ନ ହେଲେ ଆସନ୍ତା ଜାନୁଆରୀ ୧ ତାରିଖରୁ ବଡ଼ ଧରଣର ଆନ୍ଦୋଳନ ପାଇଁ ଆକ୍ସନ କମିଟି ଚେତାବନୀ ଦେଇଛି ।
Sign in
Sign in
Recover your password.
A password will be e-mailed to you.