ରାୟଗଡ଼ା,କଲ୍ୟାଣସିଂହପୁର ୧୯/୧୨: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସଦର ବଡ଼ଦାଣ୍ଡ ରଥ ପଡିଆ ଥରେ ବ୍ଳକ ସ୍ତରୀୟ ଚଇତି ଚଇତି ମହୋତ୍ସବ ୨୦୨୪ ମହା ଧୁମ୍ ଧାମରେ ପାଳନ ହୋଇ ଯାଇଛି। କଲ୍ୟାଣୀ ଓ ନାଗାବଳୀ ନଦୀ ସଙ୍ଗମ ସ୍ଥଳ ଶିଵ ମନ୍ଦିର ଠାରୁ କଳସ ଯାତ୍ରା ହୋଇ ଚଇତି ମଣ୍ଡପ ରେ ପହଞ୍ଚି ଥିଲା। ଏହି ଚଇତି ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ବିଷମ କଟକ ବିଧାୟକ ନୀଳମାଧବ ହିକକା ଚଇତି ଷ୍ଟଲ ଉଦଘାଟନ କରିଥିଲେ। ଅତିଥି ରୂପେ କଲ୍ୟାଣସିଂହପୁର ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା,କଲ୍ୟାଣସିଂହପୁର ବ୍ଳକ (କ)ଜନ ଜିଲ୍ଲା ପରିଷଦ ଭି ୱାରା ପ୍ରସାଦ ରାଓ,ସାଂସଦ ପ୍ରତିନିଧି କୁମାର ସ୍ବାମୀ କୋୖଶଲ୍ୟା, କନ୍ଧ କୁଳ ସମାଜ ବ୍ଲକ ଉପ ସଭାପତି ଶଙ୍କର ହୁଈକା, ଡମ ସମାଜ ବ୍ଳକ ସଭାପତି ଜାଗାମ ବେନିଆ,କନ୍ଧ କୂଳ ଆଦିବାସୀ ସମାଜ ରାଜ୍ୟ ସମ୍ପାଦକ କାଲି ରାମ ମାଝୀ, ବିଜେପି ବ୍ଳକ ମଣ୍ଡଳ ସଭାପତି ରାମାରାଓ କାଡ୍ରାକା,କଂଗ୍ରେସ ବ୍ଳକ ସଭାପତି ସି ଏଚ ନାଗେଶ୍ୱର ରାଓ, ବିଜେଡି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଚ୍ଚା, କଲ୍ୟାଣସିଂହପୁର ତହସିଲଦାର ମାନସ ରଞ୍ଜନ ସେଟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୀଷା ଦାସ ମଞ୍ଚାସିନ ରହିଥିଲେ। ସ୍ଥାନୀୟ ଲୋକକଳା କଳାକାର ଦଳ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ଆଞ୍ଚଳିକ ଜଣାଶୁଣା କଳାକାର ଜଗଦାସ ନାଚିକା, ମୁନା ହିମରିକା, ପଦ୍ମନ ପାଣି ଙ୍କୁ ମଞ୍ଚରେ ସମର୍ଦ୍ଧିତ କରାଯାଇଥିଲା। ଏହି ଚଇତି କାର୍ଯ୍ୟକ୍ରମ କୁ ବିଶ୍ୱନାଥ କାଡ୍ରାକା ଏବଂ ଜୟରାମ କୁଲିସିକା ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post