ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ଇଡିତାଲ୍ ଚଇତି ଅବସରରେ ମିନିମାରାଥନ୍ଅନୁଷ୍ଠିତ ଯାଇଛି | ଏହି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଗୁଣପୁର ଜି.ଆ.ଇ.ଟି ବିଶ୍ୱବିଦ୍ୟାଳୟ ଠାରୁ ଆରମ୍ଭ ହୋଇ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପଡିଆ ଚଇତି ମଣ୍ଡପ କୁ ପ୍ରତିଯୋଗୀ ମାନେ ମାରାଥନ୍ ଭାଗ ନେଇ ଥିଲେ । ଏହି ପ୍ରତି ଯୋଗିତାରେ ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ଯୁବକ ଯୁବତି ଅଂଶଗ୍ରହଣ କରିଥିଲେ। ଏହି ମାରାଥନ୍ ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ରହିଥିବା ସହ ଏଥିରେ ଉଭୟ ମହିଳା ପୁରୁଷ ଚୟନ କରାଯାଇଥିଲା। ଏହି ପ୍ରତି ଯୋଗିତାରେ ପୁରୁଷ ମଧ୍ୟରୁ ପ୍ରଥମ ବଂଶୀ ଶବର, ଦ୍ୱିତୀୟ ଚିଣ୍ଟୁ ଶବର, ତୃତୀୟ ମିଥୁନ ଶବର କରିଥିଲେ ଓ ସେହି ପରି ଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଥମ ରାଣୀ ଶବର, ଦ୍ୱିତୀୟ ପୁଷ୍ପଲତା ପଲେଇ, ତୃତୀୟ ଦେବଶ୍ରି ପାତ୍ର ମିନିମାରାଥମ୍ ରେ କୃତିତ୍ୱ ହାସଲ କରିଥିଲେ। ଏହି ମିନିମାରାଥନ୍ ରେ ଗୁଣପୁର ର ଚଇତି ର ଅଧକ୍ଷା ଉପଜିଲ୍ଲାପାଳ ସୁଶ୍ରୀ କିରନଦିପ କୌର ସହୋତା, ଗୁଣପୁର ଚଇତି ର ଆବାହକ ଚନ୍ଦ୍ର ଧଜ୍ୟ ପଣ୍ଡା ଓ ଗୁଣପୁର ବିଡ଼ିଓ ଉପସ୍ଥିତ ରହି ମିନିମାରାଥନ୍ ଶୁଭ ଆରମ୍ଭ କରିଥିଲେ। ଏଥିରେ ଗୁଣପୁର ପୋଲିସ ପ୍ରଶାସନ, ସମସ୍ତ କ୍ରୀଡା ଶିକ୍ଷକ ଓ ଶିକଷୟିତ୍ରୀ ମାନେ ଓ ଗୁଣପୁର ର ସାମ୍ବାଦିକ ମାନେ ସହଯୋଗ ରେ ମାରାଥନ୍ ଟି ସୂଚାରୁ ରୂପେ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.