ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ବିଜେପୁର

3

 ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ବୃଦ୍ଧା ଶ୍ରମ ଠାରେ ଆଜି ବରିଷ୍ଠ ନାଗରିକ ସଂଘ ବିଜେପୁର ପକ୍ଷରୁ ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏପରିପ୍ରେକ୍ଷୀରେ ବିଜେପୁର ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରିଷ୍ଠ ନାଗରିକ କମିଟିର ଉପଦେଷ୍ଟା ଡ. ତହସିଲ ସାହୁ,ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସାଧିକାରୀ ଡ଼ା ସୁଶାନ୍ତ ମେହେର, ବରିଷ୍ଠ ନାଗରିକ କମିଟିର ସଭାପତି ନବକିଶୋର ସାହୁ, ବୃଦ୍ଧା ଶ୍ରମର ପରିଚାଳକ ଜଳନ୍ଧର ପଟେଲ ଯୋଗଦାନ କରି ବୃଦ୍ଧା ଶ୍ରମର ଅନ୍ତେବାସୀଙ୍କ ମନୋବଳ ବଢାଇଥିଲେ।ମୁଖ୍ୟ ଅତିଥି ଶ୍ରୀମାନ ଗଡତୀୟା ବରିଷ୍ଠ ନାଗରିକ ମାନଙ୍କ ସେବା ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ, ତାଙ୍କ ସୁ-ଯତ୍ନ ଉପରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ନାଗରିକ ସଂଘ ପକ୍ଷରୁ ମୁଖ୍ୟ ଅତିଥିଙ୍କୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବରିଷ୍ଠ ନାଗରିକ ଯୋଗେଶ ଚନ୍ଦ୍ର ମେହେର ମଞ୍ଚାସୀନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ମାନପତ୍ର ପଠନ କରିଥିଲେ ପ୍ରେମରାଜ ପଟେଲ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ବରିଷ୍ଠ ନାଗରିକ ସଂଘର ସଦସ୍ୟା ସୁଶ୍ରୀ ପ୍ରତୀମା ଗୁରୁଙ୍କ ସଂଯୋଜନାର ଅନୁଷ୍ଠିତ କାର୍ଯ୍ୟକ୍ରମ ଖୁବ୍ ସୁଚାରୁରୂପେ ସମ୍ପାଦନ ହୋଇଥିବା ବେଳେ ଶେଷରେ ବରିଷ୍ଠ ନାଗରିକ ସଂଘର ସଦସ୍ୟ ଶ୍ରୀଯୁକ୍ତ ପ୍ରଦୀପ ଗୁରୁ ଧନ୍ୟବାଦ ଅର୍ପଣ କଲାପରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ବୃଦ୍ଧା ଶ୍ରମର ସମସ୍ତ ଅନ୍ତେବାସୀଙ୍କ ଟିକିନିଖି ଭାବେ ସ୍ୱାସ୍ଥ୍ୟ ପରିକ୍ଷା କଲାପରେ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ କର୍ମଚାରୀ ମାନେ ନାମୀଦାମୀ ଔଷଧ ବଣ୍ଟନ କରି ଔଷଧ ଖାଇବା ସମୟ ଉପରେ ସଚେତନ କରାଇଥିଲେ। ସ୍ୱାସ୍ଥ୍ୟ ଶିବିରକୁ ଡ଼ା.ସୁଶାନ୍ତ ମେହେର,ଡା.ତହସିଲ ସାହୁ,ବ୍ଳକ ଜନସ୍ୱାସ୍ଥ୍ୟ ଅଧିକାରୀ ସୁଦାମ ପାଣିଗ୍ରାହୀ,ସମଲେପଦର ସି.ଏଚ.ଓ ସୁଶ୍ରୀ କ୍ରିଷ୍ଣା ରାଉତ, ଏସଟିଏସ ଦେବାଶିଷ ଦେବତା,ନିବାର କୁମାରିଆ, ଲଙ୍କା ଦେବୀ ପରିଚାଳନା କରିଥିଲେ।

Leave A Reply

Your email address will not be published.