ସାଂସଦ ଙ୍କ ଆହତ ନେଇ ବିଜେପି ର ବିକ୍ଷୋଭ ସହ କୁଶ ପୁତ୍ତଳିକା ଦାହ

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ଗୁରୁବାର ସଂଧ୍ୟା ସମୟ ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ରାହୁଲ ଗାନ୍ଧୀ ଙ୍କ ବିରୋଧ ରେ ଏକ ଶୋଭାଯାତ୍ରା କରିବା ସହ କୁଶ ପୁତ୍ତଳିକା ଦାହ କରାଯାଇଛି। ରାହୁଲ ଗାନ୍ଧିଙ୍କ ଧକ୍କାରେ ଜଣେ ସାଂସଦ ଙ୍କ ସହ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ ହୋଇ ଛନ୍ତି। ଏଣୁ ଏ ଘଟଣା ରେ ରାହୁଲ ଗାନ୍ଧୀ ଙ୍କୁ ଦୋଷୀ ଦାବି କରି ବିଜେପି କାର୍ଯ୍ୟ କର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ଥାନୀୟ କାଳୀ ମଣ୍ଡପ ଛକ ନିକଟରେ ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଙ୍କ ସହ କାଉନସିଲର ଜଗବନ୍ଧୁ ଦାସ, ଅସିତ୍ ଦାସ,ମହେଶ୍ୱର ଧଳ, ରାଜେନ୍ଦ୍ର ବାରିକ୍, ପଞ୍ଚାନନ ସେନାପତି, କୃଷ୍ଣ ଚନ୍ଦ୍ର ମହାକୁଡ, କମଳା କାନ୍ତ ବାରିକ୍,ପର୍ଶୁରାମ ବାରିକ୍, ପ୍ରତାପ ସେନାପତି, ବିଜୟ ମିଶ୍ର ଙ୍କ ସହ ବହୁ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.