ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିରରେ ଆଜି ସଙ୍କୁଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ କ୍ରୀଡା ପ୍ରତିଯୋଗିତା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଏମ ସୂର୍ଯ୍ୟ ନାରାୟଣ ସୁବୁଦ୍ଧି ଯୋଗ ଦେଇଥିଲେ। ଉମରକୋଟ ସଙ୍କୁଳ ର ଡାବୁଗାଁ, ଉମରକୋଟ, ଜାମୁରୁଣ୍ଡା , ଚନ୍ଦାହାଣ୍ଡି ଓ ପୁର୍ଲ୍ଲା ଶିଶୁ ମନ୍ଦିର ର ୧୧୫ ଜଣ ଛାତ୍ରଛାତ୍ରୀ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଏଥିରେ ଶିଶୁ ବର୍ଗ,ବାଲ ବର୍ଗ ଓ କିଶୋର ବର୍ଗ ର ଛାତ୍ରଛାତ୍ରୀ ଦୌଡ,ଲମ୍ବ ଡିଆଁ, ଉଚ୍ଚ ଡିଆଁ, ହାତ ଗୋଳା ଫିଙ୍ଗା ଓ ଡିସ କସ ଫିଙ୍ଗା ପ୍ରତିଯୋଗିତା ରେ ଭାଗ ନେଇଥିଲେ। ଅପରାହ୍ନ ରେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ପରିଚାଳନା କମିଟି ର ସମ୍ପାଦକ ସଞ୍ଜୟ କୁମାର ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଶିକ୍ଷା ସହ କ୍ରୀଡା କୁ ମଧ୍ୟ ପ୍ରାଧାନ୍ୟ ଦେବାକୁ କହିବା ସହ ସୁସ୍ଥ ମନ ଓ ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ ଓ ଖେଳକୁଦ କରିବା କୁ ପରାମର୍ଶ ଦେଇଥିଲେ।ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଙ୍କ ଦ୍ଵାରା ମାନପତ୍ର ଓ ମେଡାଲ ଦେଇ ପୁରସ୍କୃତ କରାଯାଇଥିଲା ।ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ହାସଲ କରିଥିବା ବାଲ ବର୍ଗ ଓ କିଶୋର ବର୍ଗର କୃତି ପ୍ରତିଯୋଗୀ ମାନେ ଭବାନୀପାଟଣା ଠାରେ ଆସନ୍ତା ଜାନୁଆରି ୧୧ ରୁ ୧୨ ତାରିଖ ସମ୍ଭାଗ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବେ। ଉମରକୋଟ ସଙ୍କୁଳ ସଂଯୋଜକ ଭାସ୍କର ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଡାବୁଗାଁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ଚୌଧୁରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ସଙ୍କୁଳ ଶାରୀରିକ ପ୍ରମୁଖ ସନ୍ତୋଷ କୁମାର ବ୍ୟେବର୍ତ୍ତା, ଚନ୍ଦା ହାଣ୍ଡି ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମଣ ନାୟକ, ପ୍ରଦୀପ ଗୁରୁଜୀ,ନିତ୍ୟା ଗୁରୁଜୀ, ବିଶ୍ଵ ଗୁରୁଜୀ ସହ ବିଭିନ୍ନ ଶିଶୁ ମନ୍ଦିର ରୁ ଆସିଥିବା ଗୁରୁଜୀ ଓ ଗୂରୁମା । ଶେଷରେ ସମ୍ପାଦକ ସଞ୍ଜୟ କୁମାର ପାଢୀ ଧ୍ଵଜା ଅବତରଣ କରିବା ସହ ସଙ୍କୁଳ ଖେଳକୁଦ ସମାରହୋକୁ ବିଧିବଦ୍ଧ ସମାପନ ନେଇ ଘୋଷଣା କରିଥିଲେ।
Sign in
Sign in
Recover your password.
A password will be e-mailed to you.