ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୪/୧୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଗରୁଡ଼ଗୁଡ଼ା ସ୍ଥିତ ରାମ କୃଷ୍ଣ ସାରଦା ସେବା ସଂଘ ଠାରେ ରାମ କୃଷ୍ଣ ମିଶନ ଆଶ୍ରମ ପୁରୀ ତରଫରୁ ଗରୀବ ଅସହାୟ ବୃଦ୍ଧ ବୃଦ୍ଧା ଓ ଶିଶୁ ଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ କରାଯାଇଛି। ପୁରୀ ରାମ କୃଷ୍ଣ ମିଶନ ଆଶ୍ରମ ର ନିରଞ୍ଜନ ମହାରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫୦ ଜଣ ପିଲା ଙ୍କୁ ଶୀତ ରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପ୍ରଦାନ କରିଥିଲେ। ସେହିପରି ଗରୁଡ଼ଗୁଡ଼ା ନିକଟ ଶୁଣ୍ଡିି ଗୁଡା ଗ୍ରାମ ରେ ୧୦୦ ଜଣ ଗରିବ ଓ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା।ବର୍ତ୍ତମାନ ଡାବୁଗାଁ ତଥା ଆଖପାଖ ଅଞ୍ଚଳ ଜାଡ ରେ ଥରୁଥିବା ବେଳେ ରାମକୃଷ୍ଣ ମିଶନ ତରଫରୁ ବୃଦ୍ଧ ବୃଦ୍ଧା ଓ ପିଲାଙ୍କୁ ଶୀତ ବସ୍ତ୍ର ଓ କମ୍ବଳ ବଣ୍ଟନ ବଣ୍ଟନ ପରେ ଖୁସି ଓ ଆନନ୍ଦର ଲହରୀ ଖେଳି ଯାଇଛି। ସୂଚନା ଥାଉ କି ପ୍ରତିବର୍ଷ ପୁରୀ ରାମ କୃଷ୍ଣ ମିଶନ ଆଶ୍ରମ ତରଫରୁ ଗରିବ ଓ ଅସହାୟ ପିଲା ତଥା ବୃଦ୍ଧ ବୃଦ୍ଧା ଙ୍କୁ ଶୀତବସ୍ତ୍ର ଓ କମ୍ବଳ ବଣ୍ଟନ କରି ଆସୁଛନ୍ତି। ପ୍ରଫେସର ସୁକାନ୍ତ କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଗରୁଡଗୁଡା ରାମକୃଷ୍ଣ ସାରଦା ସେବା ସଂଘ ର ସଭାପତି ସୁରେଶ ସାମଲ,ସମ୍ପାଦକ ଦିବାକର ବାରିକ,କୋଷାଧ୍ୟକ୍ଷ ରଘୁନାଥ ବିଶୋଇ ଙ୍କ ସହ ସଭ୍ୟ ବାବି ଜେନା,ଗଙ୍ଗାଧର ମହାଙ୍କୁଡ, ରଞ୍ଜିତ ବିଶୋଇ,ଚୈତନ୍ୟ ବିଶୋଇ ଓ ଶଙ୍କର ବିଶୋଇ ଙ୍କ ସହ ଅନ୍ୟ ମାନେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.