ବେଲଗୁଣ୍ଠା- (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ଗୋପିନାଥ ସାହିର ମୂଳ ବାସିନ୍ଦା, ପ୍ରବାସୀ ଭାରତୀୟ ,ମୁଳିଆ ସ୍ମାରକୀ ବୃତ୍ତି ଓ ଡାଟା ସେଫ୍ ଗାର୍ଡ କମ୍ପାନୀର ସହ ପ୍ରତିଷ୍ଠାତା ଡଃ ଦାମୋଦର ସାହୁଙ୍କ ମାତା ଗୁରୁବାରୀ ସାହୁଙ୍କ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ଗୁରୁବାରୀଙ୍କୁ ୮୨ ବର୍ଷ ବୟସ ହୋଇଥିଲା ।ସେ ଜଣେ ଅତ୍ୟନ୍ତ ଧର୍ମପରାୟଣ, ପରୋପକାରୀ,ମିଷ୍ଟଭାଷୀ ଅମାୟୀକ ମହିଳା ଥିଲେ ।ସେ ଗତ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡୀତ ଥିଲେ ।ମାଆଙ୍କ ମୃତ୍ୟୁ ଖବର ପାଇ ୟୁ.ଏସ୍.ଏର ମିଚିଗାନ୍ ରୁ ଦାମୋଦର ଆସି ବେଲଗୁଣ୍ଠା ରେ ପହଞ୍ଚିଥିଲେ ।ମୃତ୍ୟ ଶଯ୍ୟା ନିକଟରେ ଦାମୋଦରଙ୍କ ବଡ଼ ଭାଇ ସୁବାସ ଓ ଅନ୍ୟ ପରିବାର ବର୍ଗ ଉପସ୍ଥିତ ଥିଲେ ।ମୃତ୍ୟ ଖବର ପାଇ ବେଲଗୁଣ୍ଠା ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦାମୋଦରଙ୍କ ବାସ ଭବନରେ ପହଞ୍ଚି ଅନ୍ତିମ ଦର୍ଶନ କରିଥିଲେ ।ବେଲଗୁଣ୍ଠା ତହସିଲ ଅଫିସ ରୋଡ଼ ସ୍ଥିତ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।ଆଜି ତାଙ୍କର ଦ୍ୱାଦଶାହ ପୁଣ୍ୟ ତିଥି ଅବସରରେ ବେଲଗୁଣ୍ଠା ଗୋପିନାଥ ସାହି ସ୍ଥିତ ଗୋପିନାଥ ସ୍ୱାମୀ ମନ୍ଦିର ପ୍ରାଙ୍ଗଣରେ ବହୁ ବିଶିଷ୍ଟ ବ୍ୟକ୍ତି ଗୁରୁବାରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଅମରାତ୍ମାଙ୍କ ସଦ୍ଗତି ପ୍ରାର୍ଥନା କରିଥିଲେ ।ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ତଥା ମୁଳିଆ ସ୍ମାରକୀ କୋର୍ କମିଟି ସଦସ୍ୟ ଅଶ୍ୱିନୀ କୁମାର ମହାନ୍ତି, କୋର୍ କମିଟି ଅନ୍ୟତମ ଉପଦେଷ୍ଟା ଚନ୍ଦ୍ରଭାନୁ ପାଢ଼ୀ,ବରିଷ୍ଠ ଅଧ୍ୟାପକ ଡକ୍ଟର ପ୍ରଦ୍ୟୁମ୍ନ କୁମାର ସାହୁ, ଯୁବ ସଙ୍ଗଠକ ଜୟଦେବ ସାହୁ, ପ୍ରେସ୍ କ୍ଳବ ଉପସଭାପତି ପ୍ରଭାତ କୁମାର ସାହୁ,ଟି.ପି.ଏସ୍.ଓ.ଡିଏଲ୍ ଏସ୍.ଡି.ଓ ଆଦିତ୍ୟ ଦାସ, ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୁରୀ,ଶିବ ପ୍ରସାଦ ମହାପାତ୍ର
ଡଃ ଦାମୋଦର ସହପାଠୀ ବୃନ୍ଦ ଯୋଗ ଦେଇ ସଦ୍ଗତି ପ୍ରାର୍ଥନା କରିଥିଲେ । ପ୍ରକାଶ ଥାଉ କି, ଡଃ ଦାମୋଦର ଗତ ପାଞ୍ଚ ବର୍ଷ ହେଲା ନିଜ ପୈତୃକ ସହର ବେଲଗୁଣ୍ଠାରେ ଶିକ୍ଷାର ବିକାଶ ପାଇଁ ଆର୍ଥିକ ଅନଗ୍ରସର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଜ ପିତା ମୁଳିଆ ସାହୁଙ୍କ ନାମରେ ମୁଳିଆ ସ୍ମାରକୀ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି ।ଯାହା କି ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସହାୟକ ହେଉଛି ।
Sign in
Sign in
Recover your password.
A password will be e-mailed to you.