ଉଦ୍ଘାଟନ ପୂର୍ବରୁ ନୂତନ ଥାନା ପରିଦର୍ଶନ କଲେ କେନ୍ଦ୍ରାଞ୍ଚଳ ଡିଆଇଜି

3

ଅସ୍ତରଙ୍ଗ/ଦୁଃଶାସନ ନାୟକ : ବହୁ ପ୍ରତିକ୍ଷା ର ଅନ୍ତଘଟିଛି, ଉଦ୍ଘାଟନ ହେବାକୁ ଯାଉଛି ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା l ଅନେକ ଦିନ ଆଗରୁ ଅସ୍ତରଙ୍ଗ ଅଞ୍ଚଳ ର ନୂତନ ଥାନା ନିର୍ମାଣ ସରିବା ପରେ ତାହା ହିଁ କାର୍ଯ୍ୟକ୍ଷମ ହେଇପାରୁନଥିଲା । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମ ରେ ବାରମ୍ବାର ଖବର ପ୍ରକାଶ ପାଉଥିବାରୁ, ଆଜି ତାହାର ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ଆସନ୍ତା ସୋମବାର ୧୬ ଡିସେମ୍ବର ରେ କଟକ ରୁ  ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ପୁରୀ ଜିଲ୍ଲା ର ଅସ୍ତରଙ୍ଗ ସମେତ ବଳଙ୍ଗା ଓ ଡେଲାଙ୍ଗ ର ନୂତନ ଥାନା ଭିଡ଼ିଓ କନଫରେନ୍ସ ମାଧ୍ୟମ ରେ ଉଦ୍ଘାଟନ ହେବାକୁ ଯାଉଛି । ଏହି ନୂତନ ଥାନା ରେ ସ୍ୱତନ୍ତ୍ର ଭାବେ ଥାନା ଅଧିକାରୀ ଙ୍କ କକ୍ଷ, ଶିଶୁ ଓ ମହିଳା ଡେସ୍କ, ଆସୁଥିବା ଲୋକ ମାନଙ୍କ ପ୍ରତୀକ୍ଷାଳୟ, ଅସ୍ତ୍ର ଶସ୍ତ୍ର କକ୍ଷ,ଅଫିସ ରୁମ, ମହିଳା ମାନଙ୍କ ର ସ୍ୱତନ୍ତ୍ର ହାଜତ ଓ ପୁରୁଷ ହାଜତ, ରେକର୍ଡ ରୁମ ସହିତ ଅନେକ ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ପୂର୍ବରୁ ଆଜି ଓଡିଶା କେନ୍ଦ୍ରାଞ୍ଚଳ ଡି ଆଇ ଜି,ଶ୍ରୀ ଚରଣ ସିଂ ମିନ୍ନା, ପୁରୀ ଜିଲ୍ଲା ଆରକ୍ଷୀ ଅଧକ୍ଷ ବିନୀତ କୁମାର ଅଗ୍ରୱାଲା , ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ବିଷ୍ଣୁପ୍ରସାଦ ପତି, ନୂତନ ଥାନା ରେ ପହଞ୍ଚି ଏହାର ପରିସର ସହିତ ନୂତନ ଥାନା ର ସମସ୍ତ ଗୃହ ତଥା କକ୍ଷ କୁ ପରିଦର୍ଶନ କରିଛନ୍ତି l ଆଜିର କେନ୍ଦ୍ରାଞ୍ଚଳ ଡିଆଇଜି ଙ୍କ ପରିଦର୍ଶନ ସମୟ ରେ ନିମାପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପ୍ରଭାତ ମଲ୍ଲିକ, କାକଟପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ଉମେଶ ସାହୁ, ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେଶ ବଳିୟାର ସିଂ, ସ୍ଥାନୀୟ ବିଜେପି ନେତା ଶ୍ରୀଯୁକ୍ତ ଦିବାକର ଛାଟୋଇ, କାକଟପୁର ନିର୍ବାଚନ ମଣ୍ଡଳୀ ବରିଷ୍ଠ ବିଜେପି ନେତା ଶ୍ରୀଯୁକ୍ତ ବାଇଧର ମଲ୍ଲିକ ଓ କାକଟପୁର ପୂର୍ବତନ ବ୍ଲକ ଅଧକ୍ଷ ବିପିନ ମହାନ୍ତି, ଅସ୍ତରଙ୍ଗ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । ଅନେକ ଦିନ ପରେ ଅସ୍ତରଙ୍ଗ ଅଞ୍ଚଳ ରେ ଏକ ନୂତନ ଥାନା ର ଗୃହ ଉଦ୍ଘାଟନ ହେବା ନେଇ ସେଥିନେଇ ବୁଦ୍ଧିଜୀବୀ ଙ୍କ ମହଲ ରେ ରାଜ୍ୟସରକାର ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି l

Leave A Reply

Your email address will not be published.