ବସୁଧା ପକ୍ଷରୁ ମାଟିର ଉର୍ବରତା ହ୍ରାସ ଓ ଏହାର ପ୍ରତିକାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ l

3

ଖୋର୍ଦ୍ଧା-୧୪/୧୨: ଆମ ମାଟି ଅସୁସ୍ଥ । ଭର୍ବରତା ହରାଇ ଚାଲିଛି । ନିର୍ଜିବ ଆଡ଼କୁ ଗତି କରୁଛି । ଏହା ହେଲେ ମାଟିରୁ ଶସ୍ୟ ତ ମିଳିବ ନାହଁ, ଗଛ ଲତାଟିଏ ବି ବଞ୍ଚିବ ନାହିଁ । ଏକଥା ସତର୍କ କରାଇ ଦେଇଛନ୍ତି ବୈଜ୍ଞାନିକ ମାନେ I ମାଟିର ସ୍ଥିତିକୁ ଦେଖିଲେ ଯେକେହି ଉଦବେଗ ପ୍ରକାଶ କରିବା କଥା । ମାତ୍ର ଏ ସ୍ଥିତି ପ୍ରତି ଆମେ ନଜର ଦେଇନାହୁଁ । କେବଳ ସମସ୍ୟା ଓ ସମସ୍ୟା କଥା କହୁଛେ । ହେଲେ ଆମେ ବୁଝୁନାହାନ୍ତି ସ୍ଥିତି ଗମ୍ଭୀର କେତେ? ଏବେଠୁ ଆମେ ଦହଗଞ୍ଜ ହେଲେଣି, ଆମ ପରପିଢ଼ୀ? ସେମାନଙ୍କ ଜୀବନ ପାଇଁ ଆମେ ତ ବଡ଼ ବିପଦ ଛାଡ଼ି ଦେଇ ଯାଉଛେ ।
ବସୁଧା ଅନୁଷ୍ଠାନର ଅଧ୍ଯକ୍ଷା ତ‌ଥା ମିଶନ ବସୁଧାର ଆବାହିକା ପୁଷ୍ପିତା ଦ୍ବିବେଦୀ ଙ୍କ କହିବା ଅନୁଯାୟୀ, ମାଟି ତାର ଉର୍ବରତା ହରାଇଲାଣି । ସବୁଜ ବିପ୍ଳବ ନାମରେ ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ଆମେ ରସାୟନିକ ସାର ଦେଲେ । ଏହାବ୍ୟତୀତ ଧାନ ବିହନର ମଧ୍ୟ ଶଙ୍କରୀକରଣ କଲେ | ରସାୟନିକ ସାର ଜମିରେ ପଡିବା ଦ୍ବାରା ଜମିର କାର୍ବନ ମାତ୍ରା ହ୍ରାସ ପାଇଲା। ଜମି ତାର ନମନୀୟତା ହରାଇଲା । ଏହା କଠିନ ହୋଇ ଏବେ ପଥର ଆଡ଼କୁ ଗତି କରୁଛି I ତଥ୍ୟ କହୁଛି ଭଲ ମାଟିରେ କାର୍ବନ ମାତ୍ରା ୮% ରହିବା କଥା । ମାତ୍ର ଏବେ ଆମ ଓଡ଼ିଶାର ଜମିରେ ୨.୪ ରୁ ୧.୪% କାର୍ବନ ରହିଛି । କାର୍ବନ ମାଲ୍ଟା ୦.୫% ହେଲେ ଜମିକୁ ଡେଡ ସଏଲ କୁହାଯିବ । ସେଥ୍‌ରେ ଚାରାଟିଏ ବି ରହିବ ନାହିଁ । ଏହା ପଛରେ ବଡ଼ କାରଣ ହେଉଛି ରସାୟନିକ ସାର ପ୍ରୟୋଗ । କେବଳ ସେତିକି ନୁହେଁ, ମାଛ ଉତ୍ପାଦନ ପାଇଁ ଆମେ ଏତେ ମାତ୍ରାରେ ରସାୟନିକ ଔଷଧ ଦେଉଛେ, ତାହା ପାଣି ସହ ମାଟିକୁ ବି ନଷ୍ଟ କରୁଛି । ଯାହାର ପରିଣାକ ହେଉଛି ରୋଗ । ଦିନକୁ ଦିନ ନୂଆ ନୂଆ ରୋଗ ସୃଷ୍ଟିର କାରଣ ମଧ୍ୟ ମାଟିର ଉର୍ବରତା ହ୍ରାସ ଆଉ ପାଣି ପ୍ରଦୂଷଣ ।ମାତ୍ର ସ୍ଥାନୀୟ ଡାକ୍ତରଖାନା ଗୁଡ଼ିକୁ ଅନୁଶୀଳନ କଲେ ସବୁଠୁ ଅଧିକ ରସାୟନିକ ସାର ବ୍ୟବହୃତ ହେଉଥିବା ବରଗଡ଼, ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଭଳି ଜିଲ୍ଲାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଗତ ୧୦ବର୍ଷରେ ୧୦୦% ବଢ଼ିଛି । ଅନ୍ୟାନ୍ୟ ରୋଗ ଅନୁଧ୍ୟାନ କଲେ ଜଣାପଡ଼ିଯିବ । ଏଠାରେ ସାର ବ୍ୟବହାର ମାତ୍ରା ହେଉଛି ପ୍ରତି ଏକରରେ ୧୬୦କିଲୋ । ଉପକୂଳରେ ଚିଙ୍ଗୁଡ଼ି ଚାଷ ବା ମାଛ ଚାଷରେ ରସାୟନିକ ଔଷଧ ଦେଇ ମାଟି ଓ ପାଣିକୁ ନଷ୍ଟ କରୁଛନ୍ତି । ତେଣୁ ସବୁ ଦିଗରୁ ବିପଦ ମାଡ଼ି ଆସୁଛି । ଏହାର ପ୍ରତିକାର ପାଇଁ ଆମକୁ ପ୍ରାକୃତିକ ଉପାୟ ଅବଲମ୍ବନ କରିବାକୁ ପଡ଼ିବ । ନହେଲେ ସ୍ଥିତି ଅସମ୍ଭାଳ ହେବ ।
ବସୁଧା ପକ୍ଷରୁ ଆୟୋଜିତ ମିଶନ ବସୁଧା କାର୍ଯ୍ୟକମରେ ଆଇ.ଆଇ.ଟି ଭୁବନେଶ୍ବରର ପ୍ରକଳ୍ପ ବୈଜ୍ଞାନିକ ଡ. ବିଶ୍ବରଞ୍ଜନ ପ୍ରଧାନ ବୈଜ୍ଞାନିକ ସମ୍ମତ ମତ ଦେଇଥିଲେ । ଜାତୀୟ ସ୍ତରର ସଂସ୍ଥା ଇକୋ.ସି.ଏଟ ସହ‌ଭାଗୀତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ଼ଃ ପ୍ରଧାନ କହିଥିଲେ, ସର୍ଭେ ଅନୁଯାୟୀ, ମାଟିରେ ରସାୟନିକ ସାର ପ୍ରୟୋଗ ଦ୍ବାରା କେବଳ ମାଟି ନୁହେଁ, ଆମ ଖାଦ୍ୟ ମଧ୍ଯ ସଂକ୍ରମିତ ହେଉଛି। ଖାଦ୍ୟରେ ରସାୟନିକ ପଦାର୍ଥ ରହୁଛି ଓ ତାହା ଶରୀରକୁ ଯାଉଛି । ରସାୟନିକ ସାର ଯୁକ୍ତ ଖାଦ୍ୟ ଖାଇଲେ ଆମର ହାଇପର ଟେନସନ୍, ଏଙ୍ଗଜାଇଟୀ, କ୍ୟାନସର, ରକ୍ତଚାପ, କିଡନୀ ସଂକ୍ରମଣ ଭଳି ରୋଗ ବଢ଼ୁଛି । କେବଳ ସେତିକି ନୁହେଁ, ରସାୟନିକ ସାର ଦ୍ବାରା ନୂଆ ନୂଆ ପୋକ ମଧ୍ଯ ସୃଷ୍ଟି ହେଉଛନ୍ତି । ଚାପମାତ୍ରା ବଢୁଛି । ରସାୟନିକ ସାର ବ୍ୟବହାର ଯୋଗୁ ମାଟି ତଳେ ଥିବା କାର୍ବନ ବାୟୁମଣ୍ଡଳକୁ ଯାଇ କାର୍ବନ ମାତ୍ରା ବଢ଼ାଇବା ସହ ତାପମାତ୍ରାକୁ ଉଚ୍ଚ କରୁଛି । ଏକଥାକୁ କେହି ଧ୍ୟାନ ଦେଉ ନାହାନ୍ତି । ଶସ୍ୟ ଉତ୍ପାଦନ ନିଶାରେ ବିଷ ପକାଇ ମାଟି ତଳେ ଥୁବା କାର୍ବନକୁ ଆମ ଶରୀର ପାଖକୁ ଆଣୁଛେ । ଶିଳ୍ପ ପ୍ରଦୂଷଣ ବି ଗମ୍ଭୀର ହୋଇଛି । ସବୁଠୁ ବଡ଼ କଥା ହେଉଛି ସ‌ହରୀ ବର୍ଯ୍ୟ ପରିଚାଳନା । ଏହି ବର୍ଯ୍ୟ କୁ ପ୍ରାକୃତିକ ଉପାୟରେ ନିୟନ୍ତ୍ରଣ କରାଯାଇ ପାରିବ । ମାତ୍ର ତାହା ହେଉନାହିଁ । ଏହାକୁ ରସାୟନିକ ପକ୍ରିୟାରେ ପରିଚାଳନା କଲେ ତାହା ଅଧିକ ବୋଝ ହେଉଛି । ସେଥିରେ ମଧ୍ୟ ସମ୍ଭବ ନୁହେଁ । ପ୍ରାକୃତିକ ଉପାୟ ବା ଜ୍ଞାନ କୌଶଳ ଓଡ଼ିଶାରେ ରହିଛି । ନିକଟରେ ବିଲ୍ଲୀର ଓଡ଼ିଆ ପର୍ବ ଅବସରରେ ଏହି ଜ୍ଞାନକୌଶଳ ଏକ ସଂସ୍ଥା ପକ୍ଷରୁ ପ୍ରଦର୍ଶିତ କରାଯାଇଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ । ସେହିଭଳି ପ୍ରାକୃତିକ ଉପାୟରେ ସମସ୍ୟାର ସମାଧାନ କରି ମାଟକୁ ସୁରକ୍ଷିତ କରାଯାଇ ପାରିବ ବୋଲି ଡ଼ଃ ବିଶ୍ୱରଞ୍ଜନ କହିଥିଲେ ।
ଜିଆ.ଇ.ଟି, ଗୁଣୁପୁର ସହଯୋଗରେ ଖୋର୍ଦ୍ଧା ସ୍ଥିତ କେ.ଟି ଗ୍ଲୋବାଲ ସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବ୍ୟାଙ୍କର ପୂର୍ବତନ ପରାମର୍ଶଦାତା ତଥା ଇକୋ.ସି.ଏଟ.ର ମୁଖ୍ୟ ପ୍ରସନ୍ନ ମିଶ୍ର ଯୋଗଦେଇ ରାଜ୍ୟ ତଥା ଦେଶରେ ଭୂମି ପରିଚାଳନାରେ ଅନେକ ବୈଷମ୍ୟ ରହିଥ‌ିବା କହିଥିଲେ । ଚାଷ ଜମି ପରିଚାଳନାକୁ ସୁସଂଯୋଜିତ କରିପାରିଲେ, ମାଟି ଉପରୁ ବୋଝ କମି ପାରନ୍ତା । ଏହାବ୍ୟତୀତ ସହରୀ ବର୍ଯ୍ୟ ପରିଚାଳନାରେ ମଧ୍ୟ ଆଧୁନିକ ପ୍ରାକୃତିକ ଜ୍ଞାନ କୌଶଳର ବ୍ୟବହାର ଆବଶ୍ୟକ‌ତା ରହିଛି । ଏହା ହେଲେ ବିଗିଡ଼ି ଯାଉଥୁବା ବସୁଧାର ସ୍ଥିତିକୁ ଆମେ ସୁଧାରି ପାରିବା । ଅନ୍ୟମାନଙ୍କ ମଧ୍ୟରେ,ଡ଼ଃ ବିଶ୍ଵରଞ୍ଜଳ ଭୋଳ, ଡ଼ଃ ଚିତ୍ତରଞ୍ଜନ ପ୍ରମୁଖ ଉପସ୍ଥିତ ରହି ଅନେକ ଉପାଦେୟ ପ୍ରସଙ୍ଗରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.