ପୋଖରୀରେ ପଡ଼ିଗଲା ଆଇରନ ବୋଝେଇ ଟ୍ରକ।

3

ବାସୁଦେବପୁର – ପ୍ରତିଦିନ ବାସୁଦେବପୁର ବଜାର ମୁଖ୍ୟ ରାସ୍ତା ଦେଇ ଶହ ଶହ ସଂଖ୍ୟାରେ ଆଇରନ ବୋଝେଇ ଟ୍ରକ ଧାମରା ଅଭିମୁଖେ ଯିବା ଆସିବା କରୁଛି। ପ୍ରତି ବର୍ଷ ବହୁ ମୂଲ୍ୟବାନ ଜୀବନ ଯିବା ସହ ଅନେକ ଆହତ ମଧ୍ୟ ହେଉଛନ୍ତି। ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାସୁଦେବପୁର ରୁ ଧାମରା ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ସାଢେ଼ ଦଶ ଘଟିକା ସମୟ ରେ ଏକ ଆଇରନ ବୋଝେଇ ଟ୍ରକ ଧାମରା ଅଭିମୁଖେ ଯିବା ସମୟ ରେ ସ୍ଥାନୀୟ ନବ ଗ୍ରହ ମନ୍ଦିର ପାଖା ପାଖି ଏକ ବିଦ୍ୟୁତ୍ ଟ୍ରଂସଫର୍ମ କୁ ଧକ୍କା ଦେଇ ଦୁଇ ଟି ବାଇକ୍ କୁ ନେଇ ଏକ ପୋଖରୀ ରେ ପଡ଼ି ରହିଛି। ଘଟଣା ସ୍ଥଳ ରେ ସମସ୍ତେ ସୁରକ୍ଷିତ ଥିବା ବେଳେ ବିଦ୍ୟୁତ୍ ଖୁଣ୍ଟି ଓ ବାଇକ୍ କ୍ଷତି ଘଟି ଥିବା ଜଣା ପଡିଛି। କେଉଁ କାରଣରୁ ଏମିତି ଘଟଣା ଘଟିଲା ଜଣା ପଡି ନାହିଁ।

Leave A Reply

Your email address will not be published.