ଓଷ୍ଟା ପକ୍ଷ ରୁ ୪୧ ତମ ବାର୍ଷିକ ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ଅନୁଷ୍ଠିତ।

3

 ବାସୁଦେବପୁର – ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷ ରୁ ବାସୁଦେବପୁର ରେ ବ୍ଲକ୍ ସ୍ତରୀୟ ୪୧ ତମ ବାର୍ଷିକ ଶିଶୁ ମହୋତ୍ସବ ୨୦୨୪ ଅନୁଷ୍ଟିତ ହୋଇ ଯାଇଛି। ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ବିନାୟକପୁର ରେ ବେଲସାଉଁଳି ଆ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଅନୁଷ୍ଟିତ ହୋଇ ଯାଇଛି। ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ସଙ୍ଗୀତ, ନୃତ୍ୟ, ଚିତ୍ର କଳା, ବକ୍ତୃତା ଭଳି ଦଶ ଟି ବିଭାଗ ରେ ପ୍ରତିଯୋଗୀତା ଆୟୋଜନ କରାଯାଇଛି। ଅନୁଷ୍ଟିତ ସଭା ରେ ସଭାପତି ଅନିରୁଦ୍ଧ ଧନୀ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ମୁଖ୍ୟ ବକ୍ତା ଭାବେ ବିଇଓ ଜଗବନ୍ଧୁ ସାହୁ ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଓଷ୍ଟା ଶଶି ଶେଖର କର ଶର୍ମା, ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅନିଲ କୁମାର ମିଶ୍ର,ବିନାୟକପୁର ସରପଂଚ ମଧୁସ୍ମିତା ମଲିକ, ଶିକ୍ଷାବିତ୍ ଗଜେନ୍ଦ୍ର ପ୍ରସାଦ ମିଶ୍ର, ପ୍ରଧାନ ଶିକ୍ଷୟତ୍ରୀ ସ୍ଵର୍ଣ୍ଣ ଲତା ରାଉତ, ସି ଆର ସି ସି ରବୀନ୍ଦ୍ର ଜେନା, ସମିତି ସଭ୍ୟ ରଞ୍ଜିତା ମଲିକ, ବସନ୍ତ କୁମାର ବିଶ୍ବାଳ ପ୍ରମୁଖ ଯୋଗ ଦେଇଥିଲେ। ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାସୁଦେବପୁର ରୁ ବିଭିନ୍ନ ସ୍ଥାନ ରୁ ବିଦ୍ୟାଳୟ ମାନଙ୍କ ରୁ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ଶହ ଶହ ସଂଖ୍ୟାରେ ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହି ଥିଲେ।

Leave A Reply

Your email address will not be published.