ଭାରତରତ୍ନ ସୁବ୍ରମଣିଆ ଭାରତୀଙ୍କ ୧୩୯ତମ ଜୟନ୍ତୀ ଉତ୍ସବ

3

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ।ପ୍ରଧାନଶିକ୍ଷକ ଜୟପ୍ରକାଶ ଗିରିଙ୍କ ସଭାପତିତ୍ୱରେ ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା ।ସ୍କୁଲକୁ ଜମିଦାନ କରିଥିବା ପରିବାରର ସଦାନନ୍ଦ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଏହାକୁ ଉଦଘାଟନ କରିଥିଲେ ।କ୍ରାନ୍ତିକବି ହରିଲାଲ ସାହୁ, ପଣ୍ଡିତ ରାଜାରାମ ଭାରତୀ,ଅନୀଲ ବେସ୍ରା,ସୌଦାଗର ଭୂଏ,ଚିନ୍ତମଣି ସାହୁ,ରାଜିବ ବାରିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।ଭାଷା,ସଂସ୍କୃତି ଓ ଆମ୍ଭେ ଏକ ରିଜିଓନାଲ ଫିଷ୍ଟା ଏକ ପ୍ରାସଙ୍ଗିକ ଆଲୋଚନା ହେବା ସହ କବିଙ୍କ ଜିବନୀ ଉପରେ ଅତିଥି ଗଣ ମତବ୍ୟକ୍ତ କରିଥିଲେ ।ସେ ଜଣେ ଜାତୀୟ ସ୍ତରର କବି ଥିଲେ ଓ ଏକା ଧାରରେ ସ୍ବାଧୀନତା ସଂଗ୍ରାମୀ, ଜର୍ଣ୍ଣାଲିଷ୍ଟ,ସମାଜ ସଂସ୍କାରକ ରହିଥିଲେ ।ପୁଣି ବ୍ରିଟିଶ ସରକାର ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାରୁ ୧୯୦୮ ମସିହାରେ କାରାଵରଣ ମଧ୍ୟ ଭୋଗିଥିଲେ । ଏହି ଅବସରରେ ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ଆଧାରରେ ଏଫଏଲଏନ ସମ୍ପର୍କିତ ଜୟପ୍ରକାଶ ଗିରିଙ୍କ ରଚିତ ଓ ନିର୍ଦେଶିତ ଶିଶୁ ସୁଲଭ ନାଟକ “ସାହାପରିବାର ଶିଶୁଙ୍କ ସାହା ” ପରିବେଷିତ ହୋଇଥିଲା ।ସି.ଆର.ସି.ସି ହେମନ୍ତ ଆରୁକ ସଂଯୋଜନା କରିଥିଲେ ।ସହକାରୀ ଶିକ୍ଷକ ସରସ୍ବତୀ କରାଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.